Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିବାଦୀୟ ପୁସ୍ତକ; ୮ଜଣଙ୍କୁ ନିଲମ୍ବନ କଲେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ

    Share on :
    ajab-Image
    Date: Jul 5, 2026    Views: 3215

    ଜାମ୍ମୁ: ଜାମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାରଗୁଡ଼ିକରେ ବଣ୍ଟା ଯାଇଥିବା ବହିରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ସେମାନଙ୍କୁ ମହାନ ବ୍ୟକ୍ତିତ୍ୱ ଭାବେ ଚିତ୍ରିତ କରାଯିବା ଘଟଣାକୁ ନେଇ ୮ଜଣଙ୍କୁ ନିଲମ୍ବିତ କରିଛନ୍ତି ଉପରାଜ୍ୟପାଳ। ଏଥିସହ ପୁସ୍ତକର ଲେଖକ ଓ ପ୍ରକାଶକଙ୍କୁ ଉପରାଜ୍ୟପାଳ କଳାତାଲିକାଭୁକ୍ତ କରିଛନ୍ତି। ଏହି ବହି ସରକାରୀ ପାଠାଗାରକୁ କିପରି ଆସିଲା ସେ ସମ୍ପର୍କରେ ତଦନ୍ତ ପାଇଁ ଉପରାଜ୍ୟପାଳ ଏକ କମିଟି ଗଠନ କରିଛନ୍ତି।ସୂଚନାଥାଉ କି ସମଗ୍ର ଶିକ୍ଷା ଅଭିଯାନର ଲୋଗୋ ଥାଇ ‘ଗ୍ରେଟ୍ ପର୍ସନାଲିଟିଜ୍ ଆଣ୍ଡ ଲେଜେଣ୍ଡସ ଅଫ୍ ଜେଆଣ୍ଡକେ (ସିରିଜ୍-୪) ନାମକ ଏହି ବିବାଦୀୟ ବହିରେ ଆଇନ ଅନୁଯାୟୀ ଫାଶୀ ପାଇଥିବା କୁଖ୍ୟାତ ଆତଙ୍କବାଦୀ ମକବୁଲ୍ ଭଟ୍ଟକୁ କ୍ରାନ୍ତିକାରୀ ବୋଲି କୁହାଯାଇଥିବା ବେଳେ ସୈୟଦ ଅଲ୍ଲୀ ଶାହ ଗିଲାନୀ, ମସରତ ଆଲମ ଓ ମିରୱାଇଜ୍ ଉମର ଫାରୁକଙ୍କ ଭଳି ବିଚ୍ଛିନ୍ନତାବାଦୀଙ୍କୁ ପ୍ରଶଂସା କରାଯାଇଛି। ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ପ୍ରମୁଖ ସୁନୀଲ ଶର୍ମା ଏହାକୁ ‘ଶିକ୍ଷାଗତ ଜିହାଦ’ ବୋଲି ଆଖ୍ୟା ଦେଇ ଏହା କୋମଳମତି ପିଲାମାନଙ୍କ ମନରେ ଦେଶପ୍ରେମ ବଦଳରେ ଦେଶଦ୍ରୋହୀଙ୍କ ପ୍ରତି ସମ୍ମାନ ଭରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରଙ୍କୁ ଦାୟୀ କରିବା ସହ ତୁରନ୍ତ ଶିକ୍ଷାମନ୍ତ୍ରୀ ସକିନା ଇତୁଙ୍କୁ ପଦରୁ ହଟାଇବା ଏବଂ ବହି ମନୋନୀତ କରିଥିବା କମିଟି ସଦସ୍ୟଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସଫେଇ ଦେଇ କହିଥିଲେ ସେ ଏହି ବହିଟିକୁ ଏ ପର୍ଯ୍ୟନ୍ତ ପଢ଼ିନାହାନ୍ତି କିମ୍ବା ଆଦୌ ଦେଖିନାହାନ୍ତି। ଏହି ପ୍ରସଙ୍ଗକୁ ପ୍ରଥମେ ସାମ୍ନାକୁ ଆଣିଥିବା ସାମାଜିକ ସଂଗଠନ ଜାମ୍ମୁ ଓ କାଶ୍ମୀର ପିପୁଲ୍ସ ଫୋରମ୍ କହିଛି ଯେ, ଯେଉଁ ଆତଙ୍କବାଦୀଙ୍କୁ ବୀର ସୈନିକ ସହ ତୁଳନା କରି ଯବାନଙ୍କ ପରିବାର ପ୍ରତି ବିଶ୍ୱାସଘାତକତା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook