Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ତାଳଚୁଆ ସାମୁଦ୍ରିକ ଥାନା IIC ନିଲମ୍ବିତ

    Share on :
    ajab-Image
    Date: May 28, 2026    Views: 3245

    କେନ୍ଦ୍ରାପଡା: ନିରୀହ ଉପରେ ପୋଲିସ ପାୱାର ଦେଖାଇଥିଲେ, ଶେଷରେ ନିଲମ୍ବିତ ହେଲେ ମହିଳା ଥାନା ଅଧିକାରିଣୀ । ଜଣେ ସଧବା ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିଦେଇ ଆଖି ସାମ୍ନାରେ ଭେଣ୍ଡିଆ ପୁଅକୁ 'ଥାର୍ଡଡିଗ୍ରୀ' ଦେଇ ସମାଲୋଚନାର ସମ୍ମୁଖୀନ ହୋଇଥିବା ଥାନା ଅଧିକାରିଣୀଙ୍କୁ ବାଜିଛି ପୋଲିସ ମହାନିର୍ଦ୍ଦେଶକଙ୍କ ଛାଟ ।
    ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରିଣୀ (ଆଇଆଇସି) ସନ୍ଧ୍ୟାରାଣୀ ଜେନାଙ୍କ ଏତାଦୃଶ କାର୍ଯ୍ୟକଳାପକୁ ଗୁରୁତ୍ୱର ସହ ନେଇ ୧୯୩୭ ଚିଠି ନମ୍ବରରେ ତାଙ୍କୁ ନିଲମ୍ବନ କରିବା ସହ ନିଲମ୍ବନ ସମୟରେ ସେ କେନ୍ଦ୍ରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟରେ ଚରମ ଅବହେଳା ଓ ଅସଦାଚରଣ ପାଇଁ ନିଲମ୍ବନ କରାଯାଇଥିବା ବେଳେ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ତେବେ ଆଇଆଇସିଙ୍କ ବିରୋଧରେ ମା’, ପୁଅଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।
    ପାରିବାରିକ କଳହ ଯୋଗୁଁ ତାଳଚୁଆ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ଅଭିଯୋଗ ଦେବା ପାଇଁ ଯାଇଥିଲେ ତାଳଚୁଆ ସାମୁଦ୍ରିକ ଥାନାକୁ । ସେଠାରେ ସାମୁଦ୍ରିକ ଥାନା ଅଧିକାରିଣୀଙ୍କୁ ଅଭିଯୋଗ ଦେବା କ୍ଷଣି ମ୍ୟାଡ଼ାମ ସନ୍ଧ୍ୟାରାଣୀ କାହିଁକି କେଜାଣି ରାଗିଗଲେ, ଆଉ ଗ୍ରହଣ କଲେ ନାହିଁ ଅଭିଯୋଗ ପତ୍ର ।
    ଓଲଟା ଖରାପ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିବା ସହ ଅନ୍ନପୂର୍ଣ୍ଣାଙ୍କ ଚୁଟିକୁ ଘୋଷାରି ମାଡ଼ ମାରିବା ସହ ଅର୍ଦ୍ଧଉଲଗ୍ନ କରି ପରେ ମଥାରୁ ସିନ୍ଦୂର ଲିଭାଇ ଦେଇଥିଲେ ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ବୋଲି ଅଭିଯୋଗ ହୋଇଥିଲା ।କେବଳ ସେତିକି ନୁହେଁ ପୋଲିସ ମ୍ୟାଡାମଙ୍କର ଏତେ ରାଗ ମୁଣ୍ଡକୁ ଚଢିଗଲା ଯେ ଅନ୍ନପୂର୍ଣ୍ଣାଙ୍କ ଭେଣ୍ଡିଆ ପୁଅକୁ ମଧ୍ୟ ଛାଡିନଥିଲେ । ଥାନାର ପାଇଖାନା ଭିତରେ ପୁରାଇ ସମ୍ପୂର୍ଣ୍ଣ ଉଲ୍ଲଗ୍ନ କରି ଥାନା ଅଧିକାରିଣୀ ଓ କନେଷ୍ଟବଳ ଦୁହେଁ ମିଶି ବିଧା, ଗୋଇଠା, ଚାପୁଡ଼ା ମାରିବା ସହ ଏକ ବାଡ଼ିରେ ଦେହର ବିଭିନ୍ନ ଅଙ୍ଗକୁ ବାଡେଇଥିଲେ । ସେଦିନ ସମୟ ରାତି ୧୧ଟା ୪୦ ମିନିଟରେ ମା ଓ ପୁଅଙ୍କୁ ଦରମରା ଅବସ୍ଥାରେ ଥାନାରୁ ଛଡାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା ।

    ଏହା ପରେ ଉଭୟ ମା' ପୁଅ ମଙ୍ଗଳବାର ସକାଳେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ନିଜର ଚିକିତ୍ସା କରିବା ପରେ ଏସଡିପିଓ ସୁକାନ୍ତ ପାତ୍ରଙ୍କ ନିକଟରେ ପହଞ୍ଚି ନିଜର ଅଭିଯୋଗ ଦେଇଥିଲେ । ଜଣେ ପୋଲିସ ଅଧିକାରୀ ସାଧାରଣ ଲୋକର ରକ୍ଷକ ହୋଇ କିପରି ଭକ୍ଷକ ସାଜିଛନ୍ତି ? ଯଦି ତାଳଚୁଆ ସାମୁଦ୍ରିକ ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ସ୍ବଚ୍ଛ ତେବେ ଥାନା ପରିସରରେ ସିସିଟିଭି କ୍ୟାମେରା ରହିଛି ଯାଞ୍ଚ କରାଯାଉ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ଅନ୍ନପୂର୍ଣ୍ଣା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook