Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଫିସ୍ ଭିତର ରାସଲୀଳା : କର୍ଣ୍ଣାଟକ ପୁଲିସ୍ ମହାନିର୍ଦ୍ଦେଶକ ସସ୍‌ପେଣ୍ଡ

    Share on :
    ajab-Image
    Date: Jan 20, 2026    Views: 3938

    ନୂଆଦିଲ୍ଲୀ: ଭାଇରାଲ ହେଲା ଅଫିସ୍ ଭିତର ରାସଲୀଳା ଭିଡ଼ିଓ । ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ପୁଲିସ୍ ଅଧିକାରୀ ତାଙ୍କ ଖାକି ପୋଷାକ ପିନ୍ଧି ବସିଥିବାର ଦେଖିବାକୁ ମିଳିଛି । ତାଙ୍କ ସହିତ ଜଣେ ମହିଳା ମଧ୍ୟ ଦେଖାଯାଉଛନ୍ତି । ଅଧିକାରୀ ଓ ମହିଳାଙ୍କ ଅଶ୍ଳୀଳ  ଭିଡ଼ିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି । ସେ ହେଉଛନ୍ତି କର୍ଣ୍ଣାଟକ ପୁଲିସ୍ ମହାନିର୍ଦ୍ଦେଶକ ରାମଚନ୍ଦ୍ର ରାଓ । ମହିଳାଙ୍କ ସହ ଅଶ୍ଳୀଳ ଭିଡିଓ ଭାଇରାଲ ପରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି । ରାମଚନ୍ଦ୍ରଙ୍କ ଝିଅ ରାନ୍ୟା ରାଓ ମଧ୍ୟ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ସାରିଛନ୍ତି । ଭାଇରାଲ ଭିଡିଓକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛନ୍ତି ରାମଚନ୍ଦ୍ର ରାଓ ।
    ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେଉଛି । ଯେଉଁଥିରେ ଜଣେ ମହିଳାଙ୍କ ସହ ଖାକି ପୋଷାକରେ ପୁଲିସ୍‌ କାର୍ଯ୍ୟାଳୟ ଭିତରେ ଆପତ୍ତିଜନକ ସ୍ଥିତିରେ କର୍ଣ୍ଣାଟକ ପୁଲିସ୍‌ ମହାନିର୍ଦ୍ଦେଶକ ରାମଚନ୍ଦ୍ର ରାଓଙ୍କୁ ଦେଖିବାକୁ ମିଳିଛି । ଭିଡ଼ିଓରେ ରାମଚନ୍ଦ୍ର ରାଓ ମହିଳାଙ୍କୁ ଆଲିଙ୍ଗନ ଏବଂ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି । ଭିଡ଼ିଓ ସାମ୍ନାକୁ ଆସିବା ପରେ ତୁରନ୍ତ ୧୯୯୩ ବ୍ୟାଚ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଭିଡ଼ିଓଟି ପ୍ରଶାସନିକ ବିଭାଗରେ ହଇଚଇ ସୃଷ୍ଟି କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଭାଇରାଲ ଭିଡିଓ ସମ୍ପର୍କରେ ଗୃହ ମନ୍ତ୍ରଣାଳୟକୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ଭିଡ଼ିଓ ଭାଇରାଲ ପରେ ରାମଚନ୍ଦ୍ର ରାଓ ଗୃହମନ୍ତ୍ରୀ ପରମେଶ୍ୱରଙ୍କୁ ଭେଟିବାକୁ ଯାଇଥିଲେ ହେଲେ ସାକ୍ଷାତ ହୋଇପାରିନଥିଲା । ରାମଚନ୍ଦ୍ର ରାଓଙ୍କ ଝିଅ ତଥା ଅଭିନେତ୍ରୀ ରାନ୍ୟା ରାଓ ମଧ୍ୟ ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇସାରିଛନ୍ତି । ମାର୍ଚ୍ଚ ୨୦୨୫ରେ ଦୁବାଇ ଯାତ୍ରା କରି ଫେରିବା  ବେଳେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ପାଖରୁ ୧୪.୮ କିଲୋ ସୁନା ଜବତ ହୋଇଥିଲା । ଯାହା ମୂଲ୍ୟ ପ୍ରାୟ ୧୨.୫୬ କୋଟି ଟଙ୍କା ହେବ ।

    ​​​​​​​ଭାଇରାଲ୍ ଭିଡ଼ିଓକୁ ଖଣ୍ଡନ କରିଛନ୍ତି ଡିଜିପି ରାମଚନ୍ଦ୍ର ରାଓ । ସେ କହିଛନ୍ତି, ''ଏହି ମିଥ୍ୟା । ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଏହା ଏକ ଷଡ଼ଯନ୍ତ୍ର । ଏହା କାୟାକଳ୍ପିତ । ମୁଁ ଏହାକୁ ଦେଖି ଆଶ୍ଚର୍ଯ୍ୟ । ମୋର ଏ ବିଷୟରେ କୌଣସି ଜ୍ଞାନ ନାହିଁ । ମୁଁ ଏହା ମଧ୍ୟ ଭାବୁଛି ଯେ ଏହା କିପରି ଏବଂ କେବେ ହେଲା ?  କିଏ ଏହା କଲା । ଆଜିକାଲି କିଛି ବି ହୋଇପାରେ। '' ଭିଡ଼ିଓର ସତ୍ୟତା ପ୍ରମାଣିତ କରିବା ପାଇଁ ଫରେନ୍ସିକ୍‌ ପରୀକ୍ଷା ଦାବି କରିଛନ୍ତି ରାମଚନ୍ଦ୍ର ରାଓ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook