Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

    Share on :
    ajab-Image
    Date: Dec 8, 2025    Views: 2489

    ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ ମୃତ୍ୟୁ ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ୨୦୨୩ରେ ନାଇଟ୍‌ କ୍ଲବ ଖୋଲିବା ପାଇଁ ଅନୁମତି ପ୍ରଦାନ ଏବଂ ଔପଚାରିକତା ପୁରଣ କରିବାରେ ଭୂମିକା ଗ୍ରହ କରିଥିବା ସମସ୍ତ ତିନି ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ପଞ୍ଚାୟତ ନିର୍ଦ୍ଦେଶକ ସିଦ୍ଧି ତୁଷାର ହରଲଙ୍କର, ଗୋଆ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପୂର୍ବତନ ସଦସ୍ୟ ସଚିବ ଡକ୍ଟର ଶମିଳା ମୋଣ୍ଟେଇରୋ ଏବଂ ଗ୍ରାମ ପଞ୍ଚାୟତ ଅର୍ପୋରା-ନାଗୋଆର ପୂର୍ବତନ ସଚିବ ରଘୁବୀର ବାଗକର ରହିଛନ୍ତି ।
    ପାଣାଜୀ ଠାରୁ ୨୫କି.ମି ଦୂର ଅର୍ପୋରା ଗ୍ରାମରେ ଥିବା ‘ଦ ବ୍ରିଚ୍‌ ବାଇ ରୋମିଓ ଲେନ୍‌’ ନାମକ ନାଇଟ୍‌ କ୍ଲବରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨୫ଜଣଙ୍କ ଜୀବନ ଯାଇଥିବା ବେଳେ ୬ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ୨୦ଜଣ ନାଇଟ୍‌ କ୍ଲବର ମାଲିକଙ୍କ ନାଁରେ ମାମଲା ରୁଜୁ କରିଥିବାବେଳେ ୪ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook