Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୁଁ ଅସନ୍ତୁଷ୍ଟ ନାହିଁ : ସୁଶାନ୍ତ ସିଂ

    Share on :
    ajab-Image
    Date: May 24, 2023    Views: 3538

    ବନେଶ୍ୱର: ମନ୍ତ୍ରୀପଦ ରେସରେ ନଥିଲି କି ଏବେ ଅସନ୍ତୁଷ୍ଟ ମଧ୍ୟ ନାହିଁ । ମନ୍ତ୍ରୀ ହେବାକୁ ଲବି ମଧ୍ୟ କରିନଥିଲି । ସୁନ୍ଦରଗଡକୁ ଛାଡି ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାର ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ପଶ୍ଚିମ ଓଡ଼ିଶାର ୩୧ରୁ ଅଧିକ ବିଧାନସଭା ଆସନରେ ବିଜେଡି ୨୦୨୪ରେ ବିଜୟୀ ହେବ । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିବା ପରେ କିଛି ଏମିତି କହିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ମନ୍ତ୍ରୀମଣ୍ଡଳରେ ସୁଶାନ୍ତଙ୍କୁ ସ୍ଥାନ ନ ମିଳିଥିବାରୁ ସେ ଅସନ୍ତୁଷ୍ଟ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁଶାନ୍ତ  ।
     ଗତକାଲି ମୁଖ୍ୟମନ୍ତ୍ରୀ ଓ ଆଜି ସଙ୍ଗଠନ ସମ୍ପାଦକଙ୍କୁ ଭେଟିବା ପରେ ସୁଶାନ୍ତ କହିଛନ୍ତି,  ୨୦୨୨ରେ ମୁଖ୍ୟମନ୍ତ୍ରୀ ମୋତେ ଇସ୍ତଫା ଦେବାକୁ କହିନଥିଲେ । ବରଂ ସଙ୍ଗଠନକୁ ସୁଦୃଢ କରିବାକୁ ମୁଁ ନିଜେ ଇସ୍ତଫ ଦେଇଥିଲି । କାରଣ ମନ୍ତ୍ରୀମଣ୍ଡଳରେ ରହିଲେ ୧୫ରୁ ୨୦ ଦିନ ଭୁବନେଶ୍ୱରରେ ରହିବାକୁ ପଡିଥାଏ । ପଶ୍ଚିମ ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ କରିବାକୁ ମୋତେ କୁହାଯାଇଛି । ଯେଉଁଠି ସୁବିଧା, ଅସୁବିଧା ଅଛି ତାହାର ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଡ଼ିଆରେ ଯେଉଁ ତଥ୍ୟ ବାହାରୁଛି ସେଥିରେ କୌଣସି ସତ୍ୟତା ନାହିଁ । ମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ଦିନ ମୋର ନିର୍ବାଚନମଣ୍ଡଳୀରେ ଅନେକ କାର୍ୟ୍ୟକ୍ରମ ଥିଲା । ତେଣୁ ସେଠାରେ ରହିବାର ଆବଶ୍ୟକତା ରହିଥିଲା । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିନଥିବାରୁ କିଛି ସମର୍ଥକ ଭାବପ୍ରବଣତାରେ ଏମିତି କହିଛନ୍ତି । ସେମାନଙ୍କୁ ଡାକିକି ବୁଝାଇଛି । ଆମ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଅଛି ସେତିକି ଯଥେଷ୍ଟ । ମନ୍ତ୍ରୀମଣ୍ଡଳକୁ ନେଇ ମୁଁ ଅସନ୍ତୁଷ୍ଟ ନାହିଁ ବୋଲି କହିଛନ୍ତି ସୁଶାନ୍ତ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook