ମୁଖ୍ୟ ଖବର
ମୁମ୍ବାଇ: ସୟଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଶାର୍ଦ୍ଦୁଳ ଠାକୁରଙ୍କ ଅଧିନାୟକତ୍ୱରେ ୧୭ ଜଣିଆ ମୁମ୍ବାଇ ଦଳ ଘୋଷଣା କରାଯାଇଛି। ଏଥିରେ ଭାରତର ଅନ୍ତର୍ଜାତୀୟ ଟି୨୦ ଅଧିନାୟକ ସୂର୍ୟ୍ୟକୁମାର ଯାଦବ, ସର୍ଫରାଜ ଖାନ୍ ଓ ଶିବମ ଦୁବେଙ୍କୁ ସ୍ଥାନ ମିଳିଛି।
ମୁମ୍ବାଇ ଗତଥର ଶ୍ରେୟସ ଆୟରଙ୍କ ଅଧୀନରେ ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଥିଲା। ଏଥର କିନ୍ତୁ ଦଳରେ ନିଆଯାଇ ନାହିଁ। ଅଜିଙ୍କ୍ୟ ରାହାନେଙ୍କୁ ସ୍ଥାନ ମିଳିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଉଇକେଟକିପର ଭାବେ ଅଙ୍ଗକ୍ରିଶ ରଘୁବଂଶୀ, ଭାରତ ସିମର ତୁଷାର ଦେଶପାଣ୍ଡେ ଓ ତନୁଶ କୋଟିଆନଙ୍କୁ ଦଳରେ ନିଆଯାଇଛି। ଏହି ରଣ୍ଜୀ ଟ୍ରଫି ସିଜନର ପ୍ରଥମ ପର୍ୟ୍ୟାୟରେ ୫ ମ୍ୟାଚ ଖେଳି ୩ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୫୩୦ରନ ସଂଗ୍ରହ କରିଥିବା ସିଦ୍ଧେଶ ଲାଡ୍ଙ୍କୁ ମଧ୍ୟ ଦଳରେ ନିଆଯାଇଛି।
ସୟଦ ମୁସ୍ତାକ ଅଲିର ଏଲିଟ୍ ଡିଭିଜନ ନଭେମ୍ବର ୨୬ରୁ ଡିସେମ୍ବର ୧୮ ପର୍ୟ୍ୟନ୍ତ ଖେଳାଯିବ। ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ ମ୍ୟାଚଗୁଡ଼ିକ ଲକ୍ଷ୍ନୌ, ହାଇଦ୍ରାବାଦ, ଅହମଦାବାଦ ଓ କୋଲକାତାରେ ଖେଳାଯିବ। ନକ୍ଆଉଟ ରାଉଣ୍ଡ ଇନ୍ଦୋରରେ ହେବ। ମୁମ୍ବାଇ ନଭେମ୍ବର ୨୬ରେ ଏହାର ପ୍ରଥମ ମ୍ୟାଚ ରେଲଓ୍ବେ ବିପକ୍ଷରେ ଖେଳିବ।
Comments ସମସ୍ତ ମତାମତ