Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଶ୍ୱକପ୍ ଫାଇନାଲରେ ସୂର୍ୟ୍ୟକିରଣ ଏୟାର ସୋ’

    Share on :
    ajab-Image
    Date: Nov 17, 2023    Views: 2737

    ନୂଆଦିଲ୍ଲୀ: ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତୀୟ ବାୟୁସେନାର ସୂର୍ୟ୍ୟକିରଣ ଏରୋବେଟିକ୍ ଦଳ ଏୟାର ସୋ’ କରିବେ । ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ ଖେଳା ହେବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ସୋ’ କରି ଦର୍ଶକଙ୍କ ମନୋରଞ୍ଜନ କରିବେ । ଏଥିପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଅଭ୍ୟାସ କରାଯିବ । ସୂର୍ୟ୍ୟକିରଣ ଏରୋବେଟିକ୍ ଦଳ ୯ଟି ଏୟାରକ୍ରାଫ୍ଟ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି ।

    ଆସନ୍ତା ରବିବାର କ୍ରିକେଟ ବିଶ୍ବକପ ଗ୍ରାଣ୍ଡ ଫିନାଲେ  । ୨୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ବିଶ୍ବକପ ଫାଇନାଲରେ ଭେଟିବ ଭାରତ । ୨୦୦୩ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବିଶ୍ବକପ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ  । ହେଲେ ଭାରତୀୟ ବୋଲରଙ୍କ ଖରାପ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ୩୫୯ ରନର ବିଶାଳ ସ୍କୋର କରିଥିଲା  । ଫଳରେ ଭାରତକୁ ଫାଇନାଲରେ ପରାସ୍ତ ହେବାକୁ ପଡ଼ିଥିଲା । ସେହି ବିଶ୍ବକପର ଲିଗ୍ ମ୍ୟାଚରେ ମଧ୍ୟ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ  । ମାତ୍ର ୧୨୫ ରନରେ ଅଲଆଉଟ ହୋଇ ୯ ଓ୍ବିକେଟରେ ମ୍ୟାଚ ହାରିଥିଲା ଇଣ୍ଡିଆ । ୨୦ ବର୍ଷ ପରେ ଭାରତ- ଅଷ୍ଟ୍ରେଲିଆ ଏଥର ଫାଇନାଲରେ ମୁହାଁମୁହିଁ ହେଉଛନ୍ତି  ।
    ତେବେ ଚଳିତ ବିଶ୍ବକପ  ଲିଗରେ ଅଷ୍ଟ୍ରେଲିଆକୁ ଶୋଚନୀୟ ଭାବେ ପରାସ୍ତ କରିଛି ଭାରତ । ୧୯୯ ରନର ବ୍ୟବଧାନରେ ଟିମ କଙ୍ଗାରୁ ପରାଜିତ ହୋଇଛି । ଅର୍ଥାତ ଯେପରି ୨୦୦୩ ଲିଗରେ କମ ରନରେ ଭାରତକୁ ଅଷ୍ଟ୍ରେଲିଆ ଅଲଆଉଟ କରିଥିଲା ଏଥର ସେହିଭଳି ଭାବେ ଅଷ୍ଟ୍ରେଲିଆ ପରାସ୍ତ ହୋଇଛି । ତେଣୁ ଆଶା କରାଯାଉଛି ଫାଇନାଲରେ ଭାରତ ବଡ଼ ସ୍କୋର କରି ଅଷ୍ଟ୍ରେଲିଆକୁ ହରାଇବ  ।

    Maximum 500 characters

    ଖେଳ ଖବର View all

    Find Us on Facebook