Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଦୀପାବଳିରେ ରିଲିଜ ହେବନି ‘ସୂର୍ଯ୍ୟବଂଶୀ’

    Share on :
    ajab-Image
    Date: Oct 3, 2020    Views: 4223

    ମନୋରଞ୍ଜନ ଦୁନିଆକୁ କରୋନାର ମାଡ ଏପରି ଅବସ୍ଥା କରିଛି ତାହା ନକହିବା ଠିକ  । ଦୀର୍ଘ ୮ମାସ ଧରି ବନ୍ଦ ପଡ଼ିରହିଥିବା ସିନେମା ହଲଗୁଡିକ ରେ ଫିଲ୍ମ ରିଲିଜ୍ ହେବା ବଦଳରେ ଓଟିଟି ଫ୍ଲାଟଫର୍ମରେ ଏହାର କାମ ଚଳାଇଦିଆଯାଉଛି  । ତେବେ ଏହି ମହାମାରୀ କଟକଣଶ ସତ୍ତେ ଅକ୍ଷୟଙ୍କ  ଅପକମିଙ୍ଗ ଫିଳ୍ମ ‘ସୂର୍ଯ୍ୟବଂଶୀ’ ଦୀପାବଳୀରେ ରିଲିଜ ହେବାନେଇ ଆଇନକ୍ସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଥିଲେ ହେଁ ଏହା କ୍ୟାନ୍ସଲ ହୋଇଯାଇଛି  । ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫ ଲିଡ ରୋଲରେ ରହିଛନ୍ତି  । ଏହି ଫିଲ୍ମଟି ୨୬ମାର୍ଚ୍ଚକୁ ରିଲିଜ ହେବାକୁ ଥିବାବେଳେ ଏହା କରୋନା ଲାଗି ବନ୍ଦ କରିଦିଆଯାଇଥିଲା  । ଦୀପାବଳି  ସମୟରେ କାହିଁକି ଫିଲ୍ମଟି ରିଲିଜ ହୋଇପାରିବନାହିଁ ଏହାର କାରଣ ବତାଇଛନ୍ତି ରିଲାଏନ୍ସ ଏଣ୍ଟରମେଣ୍ଟ ଗ୍ରୁପ ସିଇଓ ଶିବାଶିଷ  । ସେ କହିଛନ୍ତି କେନ୍ଦ୍ରସରକାରଙ୍କ ନିଦେ୍ର୍ଧଶକ୍ରମେ ସିନେମା ହଲ ଖୋଲିବାକୁ କୋହଳ କରାଯାଇଥିଲେ ହେଁ  ୧୫ ଅକ୍ଟୋବର ଯାଏ ସମସ୍ତ ସିନେମାଘର ଖୋଲାଯାଇପାରିବ ନାହିଁ  । ତେବେ ଏତେ କମ ସମୟ ମଧ୍ୟରେ ଫିଲ୍ମଟି ରିଲିଜ ହେବା ଅସମ୍ଭବ  ।  ଏନେଇ ଫିଲ୍ମ ରିଲିଜର କୌଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇନାହିଁ  । 

    Maximum 500 characters

    ସିନେମା View all

    Find Us on Facebook