Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିର୍ବାଚନ ପୂର୍ବରୁ ସୁରଙ୍କ ଦୁଇ ପୁଅଙ୍କ ଭିତରେ ଫାଟ

    Share on :
    ajab-Image
    Date: Oct 18, 2023    Views: 4567

    ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଘରେ ରାଜନୈତିକ ଝଡ଼ । ଦୁଇ ପୁଅ ଫୁଲ୍ ଦମରେ ମୈଦାନକୁ ଓହ୍ଲାଇ ନାହାନ୍ତି, ହେଲେ ଉଭୟଙ୍କ ମଧ୍ୟରେ ଦେଖା ଦେଇଛି ଫାଟ । ଦୁଇ ପୁଅଙ୍କ ମଧ୍ୟରେ କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।

    ବଡ଼ଭାଇ ସିଦ୍ଧାର୍ଥ ରାଉତରାୟଙ୍କ ବିକାଶ ବିରୋଧୀ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ସାନଭାଇ ମନ୍ମଥ ରାଉତରାୟ । କହିଛନ୍ତି, ‘କୌଣସି ତଥ୍ୟ ନଥାଇ କିଛି ନଜାଣି କେବଳ ଖବରରେ ରହିବା ପାଇଁ ବିକାଶ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ବିରୋଧୀ । ଭଲ କାମକୁ ଭଲ କହିବା ବଦଳରେ ରାଜ୍ୟର ଦ୍ରୁତ ବିକାଶକୁ ବିରୋଧୀ ସହି ପାରୁନାହାନ୍ତି । ବିକାଶକୁ ବିରୋଧ କରୁଥିବା ବ୍ୟକ୍ତି କଙ୍କଡ଼ା ମାନସିକତା’ ।

    ଅନ୍ୟକୁ ସମାଲୋଚନା କରି ରାଜନୀତି କରିବା ନୀତିକୁ ଆଉ ଓଡ଼ିଶାବାସୀ ଗ୍ରହଣ କରୁନାହାନ୍ତି । ଏଭଳି ପ୍ରସଙ୍ଗ ଆଉ ଆଗାମୀ ଦିନରେ କାମ କରିବନି ବୋଲି ବଡ଼ଭାଇ ସିଦ୍ଧାର୍ଥଙ୍କୁ ଚେତାଇ ଦେଇଛନ୍ତି ମନ୍ମଥ । ଏକମାସ ମଧ୍ୟରେ ନିଜ ରାଜନୈତିକ ଭବିଷ୍ୟତ ନେଇ ଓଡ଼ିଶାବାସୀଙ୍କ ନିକଟରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ମନ୍ମଥ ।

    ଅନ୍ୟପଟେ ସୁରେଶ ରାଉତରାୟ କହିଛନ୍ତି, ‘୨୦୨୪ ନିର୍ବାଚନରେ ଦୁଇ ପୁଅ ବିଧାୟକ ପ୍ରାର୍ଥୀ ହେବେ । ସାନପୁଅ ମନ୍ମଥ ଜଟଣୀରୁ ଓ ବଡ଼ପୁଅ ସିଦ୍ଧାର୍ଥ ନିମାପଡ଼ାରୁ ନିର୍ବାଚନ ଲଢ଼ିବେ ବୋଲି ସୁର ସଙ୍କେତ ଦେଇଛନ୍ତି ।’

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook