Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମନ୍ମଥକୁ ନିଲମ୍ବନ କରିବା ମୋ ପ୍ରତି ଅସମ୍ମାନ: ସୁର

    Share on :
    ajab-Image
    Date: Sep 9, 2023    Views: 3262

    ଭୁବନେଶ୍ବର: କଂଗ୍ରେସରୁ ପୁଅ ମନ୍ମଥ ରାଉତରାୟଙ୍କୁ ନିଲମ୍ବନ ପରେ ଆଜି ଦଳ ଉପରେ ପ୍ରବଳ ବର୍ଷିଛନ୍ତି ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସାନପୁଅକୁ ନିଲମ୍ବନ କରିବା ମୋ ପ୍ରତି ଅସମ୍ମାନ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁରେଶ ରାଉତରାୟ । ମୋତେ ଦଳ ଅପମାନ କରିଛି । ନିଲମ୍ବନ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଦଳ ଭିତରେ କିଏ ବୋଲି ସୁର ପ୍ରଶ୍ନ କରିଛନ୍ତି । ମନ୍ମଥ କିଛି ଭୁଲ କରିନାହିଁ, ଠିକ୍‌ ସମୟରେ ଜବାବ ଦିଆଯିବ ବୋଲି କହିଛନ୍ତି ସୁରେଶ ରାଉତରାୟ । ଦଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଇସା ଦେଇ ଦଳକୁ କିଣି ରଖିଥିବା କହିଛନ୍ତି ସୁରେଶ । କମିଟିରେ ମନଇଛା ଲୋକଙ୍କୁ ରଖାଯାଇଛି । ଯେଉଁମାନେ କଂଗ୍ରେସ କମିଟିରେ ଅଛନ୍ତି ସେମାନେ, ଦିନେ ହେଲେ କଂଗ୍ରେସ ଅଫିସ ଆସୁନାହାନ୍ତି । ଏହାଛଡ଼ା ଦଳରେ କ’ଣ ଚାଲିଛି ସବୁ ଜାଣିଛି, ଛିନଛତ୍ର କରିବାକୁ କମ୍ ସମୟ ଲାଗିବ ବୋଲି କହିଛନ୍ତି ସୁର ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook