Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ସୁରଙ୍କ ସମାଲୋଚନା

    Share on :
    ajab-Image
    Date: Oct 1, 2020    Views: 3759

    ଭୁବନେଶ୍ୱର:  ବିଧାନସଭା ସାମ୍ନାରେ ମା’କୁ ପୁଅ ମୁଣ୍ଡ ଜାମିନ ରଖିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ  ଉଠାଇଛନ୍ତି ।  ରାଜ୍ୟର ଆଇନଶୃଙ୍ଖଳା  ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଶ୍ରୀ ରାଉତରାୟ କହିଛନ୍ତି ।  ଏଥିସହ ସେ କହିଛନ୍ତି ଯେ, ଆଜି ଯଦି ସମ୍ପୃକ୍ତ ଯୁବକ ମୁଖ୍ୟମନ୍ତ୍ରୀ ବା କେଉଁ ମନ୍ତ୍ରୀଙ୍କୁ ମୁଣ୍ଡ ଜାମିନ ରଖିଥାନ୍ତା । ଯଦି କେହି ବିଧାୟକ ବା ମୋ ବେକରେ ସେ ଛୁରି ଲଗାଇଥାନ୍ତା ତେବେ ଆଜି କ’ଣ ଅବସ୍ଥା ହୋଇଥାନ୍ତା ବୋଲି ଶ୍ରୀ ରାଉତରାୟ  ପ୍ରଶ୍ନ କରିଛନ୍ତି ।  ଏଥିସହ ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହି  ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ଶ୍ରୀ ରାଉତରାୟ କହିଛନ୍ତି । 

    ପ୍ରକାଶ ଯେ, ବିଧାନସଭା  ଅଧିବେଶନ ଚାଲିଥିବାବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଏହା ସତ୍ତ୍ୱେ ଗୁରୁବାର ବିଧାନସଭା ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା ।  ବିଧାନସଭା ସାମ୍ନା ପିଏମଜିରେ ଜଣେ ଯୁବକ ହାଇଡ୍ରାମା କରିଥିଲେ ।   ଯୁବକ ଜଣକ ନିଜ ମା’ଙ୍କ ବେକରେ ଛୁରି ଲଗାଇ  ଧମକ ଦେଇଥିଲେ ।   ବେକରେ ଛୁରି ଲଗାଇ ଯୁବକ ଜଣକ କିଛି ମନ୍ତ୍ରୀଙ୍କ ନାଁ ମଧ୍ୟ ନେଇଥିଲେ । ମନ୍ତ୍ରୀମାନଙ୍କ ନାଁ ନେଇ ଯୁବକ ଜଣକ ନିଜ ମା’ଙ୍କ ବେକରେ ଛୁରି ଲଗାଇଥିଲେ ।  ତେବେ ସେଠାରେ ଉପସ୍ଥିତ ପୁଲିସ ବହୁ କଷ୍ଟରେ ସମ୍ପୃକ୍ତ ମହିଳାଙ୍କୁ ଯୁବକଙ୍କ କବଳରୁ ଉଦ୍ଧାର କରିବା ସହ  ଯୁବକଙ୍କୁ ନିଜ ହେପାଜତକୁ ନେଇଥିଲା । 

    ତେବେ ବିଧାନସଭା ଚାଲିଥିବାବେଳେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ନେଇ ଚର୍ଚ୍ଚା ଜୋର ଧରିଛି ।  ହାଇ ସିକୁ୍ୟରିଟି ଜୋନକୁ ଛୁରି ନେଇ କିଭଳି ସମ୍ପୃକ୍ତ ଯୁବକ ସେଠାକୁ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଧାନସଭା ଚାଲିଥିବାବେଳେ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଅଛନ୍ତି । ଏହାକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହା ସତ୍ତ୍ୱେ  ପୁଲିସ ତଥା ଗୁଇନ୍ଦା ବିଭାଗ କିଭଳି ଜାଣିପାରିଲେନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook