Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଧନ ନଥିଲେ ଟିକେଟ ନାହିଁ: ସୁର

    Share on :
    ajab-Image
    Date: Jul 13, 2020    Views: 4104

    ଭୁବନେଶ୍ୱର: ଧନ ନଥିଲେ ଟିକଟ ନାହିଁ । ଧନ ନଥିଲେ ଏଥର ଉପନିର୍ବାଚନରେ ଟିକେଟ ଦିଆଯିବନି । ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।  ତିର୍ତ୍ତୋଲ ଉପନିର୍ବାଚନ ନେଇ ଶ୍ରୀ ରାଉତରାୟ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି । 

    ସେ କହିଛନ୍ତି ଯେ, ତୃଣମୂଳସ୍ତରରୁ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ତିର୍ତ୍ତୋଲ ଉପନିର୍ବାଚନ ପାଇଁଁ ମୋତେ ଦାୟିତ୍ୱ ଦିଆଯାଇଛି ।  ଦକ୍ଷ ଓ ଧନୀ ଲୋକଙ୍କୁ ଏଥର ଟିକେଟ ଦିଆଯିବ । ଧନ ନଥିଲେ ଏଥର ଉପନିର୍ବାଚନରେ ଟିକେଟ ଦିଆଯିବନି ।  ପ୍ରାର୍ଥୀ ପାଇଁ ବର୍ତ୍ତମାନ ସୁଦ୍ଧା ୨ ଜଣ ଆବେଦନ କରିଛନ୍ତି ।  ଆମେ  ଅମାତନ ହରାଇବୁନି, ଜିତିବୁ ବୋଲି ସୁର ରାଉତରାୟ କହିଛନ୍ତି ।

    ଅନ୍ୟପକ୍ଷରେ  ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ କଂଗ୍ରେସର କମିଟି ଗଠନ କରାଯାଇଛି । କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ତିର୍ତ୍ତୋଲ ଦାୟିତ୍ୱରେ ସୁର ରାଉତରାୟ ଓ ବାଲେଶ୍ୱର ଦାୟିତ୍ୱରେ ତାରା ବାହିନୀପତି ଥିବା ସୂଚନା ମିଳିଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook