Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୁଅ ମନ୍ମଥଙ୍କୁ ସସ୍ପେଣ୍ଡ କରାଯାଉ : ସୁର

    Share on :
    ajab-Image
    Date: Sep 7, 2023    Views: 5094

    ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେ ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି | ଏହାରି ଭିତରେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରିବାରରେ ମହାଭାରତ ଆରମ୍ଭ ହେଲାଣି ବୋଲି ଚର୍ଚ୍ଚା ଜୋର ଧରିଛି | କାରଣ ଗତକାଲି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରେ ଜଟଣୀରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିବାବେଳେ ଆଜି ସୁର ଏହାକୁ ଖଣ୍ଡନ କରିଛନ୍ତି | ସୁର ସଫା ସଫା କହିଦେଇଛନ୍ତି ଯେ,’ ୨୦୨୪ରେ ମନ୍ମଥ କଂଗ୍ରେସରୁ ନିର୍ବାଚନ ଲଢ଼ିବ | ଜଟଣୀରୁ ମନ୍ମଥ ନିର୍ବାଚନ ଲଢ଼ିବେ | କଂଗ୍ରେସରୁ ନାମାଙ୍କନ ଭରିବ ଓ ମୁଁ ଯାହା କହିବି ସେୟା କରିବ | ବିଜେଡି ଓ ବିଜେପି ପକ୍ଷରୁ ମନ୍ମଥଙ୍କୁ ଉସୁକା ଯାଉଛି | ଏଆଇସିସି ନିୟମ ନ ମାନିଲେ ସସ୍ପେଣ୍ଡ କରିବାକୁ କହିଛି | ଦଳୀୟ ଶୃଙ୍ଖଳା ଭାଙ୍ଗିଛି, ସସ୍ପେଣ୍ଡ କରାଯାଉ ‘| ଉଲ୍ଲେଖ ଥାଉ କି ଗତକାଲି ମନ୍ମଥ କହିଥିଲେ ଯେ ଜଟଣୀ ନିର୍ବାଚନମଣ୍ଡଳୀର ଲୋକଙ୍କ ମତକୁ ଆଧାର କରି ସେ କଂଗ୍ରେସରୁ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। 

    Maximum 500 characters

    ରାଜନୀତି View all

    Find Us on Facebook