Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଡ୍ରାମା କରୁଛନ୍ତି ମୋହନ ସରକାର:ସୁର

    Share on :
    ajab-Image
    Date: Jun 18, 2025    Views: 3018

    ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଜେପି ସରକାର ଉପରେ ବର୍ଷିଲେ କଂଗ୍ରେସ ନେତା । ରାଜ୍ୟରେ ବଢୁଥିବା ଦୁଷ୍କର୍ମ ମାମଲା ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଡ଼ା ସମାଲୋଚନା କରି ସୁର କହିଛନ୍ତି, ଗୋଟିଏ ପଟେ ଦୁଷ୍କର୍ମ ବଢୁଛି ଆଉ ଏପଟେ ବର୍ଷ ପୂର୍ତ୍ତି ନେଇ ଡ୍ରାମା କରୁଛନ୍ତି ମୋହନ ସରକାର । ଭୁବନେଶ୍ବରରେ ୨୦ଟା ଷ୍ଟେଜ୍ ହୋଇଛି, ଭଡ଼ାରେ ବମ୍ବେରୁ କଳାକାର ଆସିଛନ୍ତି ଆଉ ୨ ଲକ୍ଷ ଲୋକଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିଛନ୍ତି ମୋହନ ସରକାର । ଏଭଳି ବଡ଼ ଆୟୋଜନ କ’ଣ ତାଙ୍କ ପୈତୃକ ପଇସାରେ କରିଛନ୍ତି ବିଜେପି ସରକାର?
    ସୁର ଆହୁରି ମଧ୍ୟ କହିଛନ୍ତି, ଖାଲି ଗୋପାଳପୁରରେ ନୁହେଁ ଆନନ୍ଦପୁର, ବଲାଙ୍ଗୀର, ସମ୍ବଲପୁର ଭଳି ଓଡ଼ିଶାର ଅନେକ ସ୍ଥାନରେ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସିଛି । ପ୍ରତିଦିନ ହତ୍ୟା, ଚୋରି, ଡକାୟତି ବଢ଼ିବାରେ ଲାଗିଛି ଆଉ ଏ ଅପାରଗ ସରକାର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ମୋହନ ସରକାର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦେବା କଥା । 

    Maximum 500 characters

    ରାଜନୀତି View all

    Find Us on Facebook