ମୁଖ୍ୟ ଖବର
ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା କାଉଣ୍ଟର କରିଛନ୍ତି । ଏପରିକି ନବୀନ ବାବୁଙ୍କୁ ବିତର୍କ ପାଇଁ ଶ୍ରୀ ପୂଜାରୀ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ପୂଜରୀ କହିଛନ୍ତି ଯେ ନବୀନ ଯଦି ଆଇନଶୃଙ୍ଖଳା କଥା କହୁଛନ୍ତି ଯଦି ଗୃହରେ ମୁଲତବୀ ପ୍ରସ୍ତାବ ଆଣନ୍ତୁ । ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ବିଜେପି ଜନସେବାରେ ବ୍ୟସ୍ତ ଅଛି । ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରିନାହିଁ । ବିଜେଡି କିନ୍ତୁ ମେଣ୍ଟ ଭାଙ୍ଗିବା ବେଳେ ବିଜେପିକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲା । କ୍ଷମତା ଯିବା ପରେ ତାଙ୍କର ଅନେକ ନେତା ବିଜେପିର ଯୋଗାଯୋଗରେ ଅଛନ୍ତି । ବିଜେଡି ନେତାଙ୍କୁ ରଖି ପାରୁନି । କ୍ଷମତା ହେଉଛି ଫେବିକଲ ଯାହା ଚାଲିଗଲେ ସବୁ ଭାଙ୍ଗିଯାଏ । ନବୀନ ସବୁବେଳେ ନେତାଙ୍କୁ ମାରିଛନ୍ତି, କେବେ କାହାକୁ ତିଆରି କରିନାହାନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କରିଛନ୍ତି ।
Comments ସମସ୍ତ ମତାମତ