Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ଼ ଘୋଷଣା, ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତିପୂରଣ

    Share on :
    ajab-Image
    Date: Jul 21, 2026    Views: 3168

    ଭୁବନେଶ୍ୱର: ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତି ପୂରଣ। ଅନଲାଇନରେ ଚାଷୀଙ୍କ ଖାତାକୁ ପଠାଯିବ କ୍ଷତିପୂରଣ ଟଙ୍କା। ଗୋଟିଏ ବ୍ଳକର ଗୋଟିଏ ଘର କିମ୍ବା ଜଣେ ବ୍ୟକ୍ତିଙ୍କ କ୍ଷତି ହୋଇଥିଲେ ବି କ୍ଷତିପୂରଣ ଦିଆଯିବ। ଏଭଳି ବଡ଼ ଘୋଷଣା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଲଗାଣା ବର୍ଷାରେ କ୍ଷତି ହୋଇଥିବା ଲୋକଙ୍କ ତଥ୍ୟ ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

    ମନ୍ତ୍ରୀ କହିଛନ୍ତି ଯେ, ଗତ ସପ୍ତାହ ଭିତରେ ଅନେକ ଜିଲ୍ଲାରେ ଅଧିକ ବର୍ଷା ହୋଇଛି। ବଲାଙ୍ଗୀର, କଟକ ଓ ଉପକୂଳରେ ଚାଷ ଜମି ପ୍ରଭାବିତ ହୋଇଛି। ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇ ଖାଦ୍ୟ ଦିଆଯାଇଛି। କମ ବେଶି ବର୍ଷା ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି। ବରଗଡ, ବଲାଙ୍ଗୀର ଓ କଟକରୁ ରିପୋର୍ଟ ଆସିଲାଣି। କ୍ଷତି ସହିଥିବା ଲୋକଙ୍କ ତଥ୍ୟ ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।

    Maximum 500 characters

    ତାଜା ଖବର View all

    Find Us on Facebook