Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆସିବ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ: ରାଜସ୍ୱ ମନ୍ତ୍ରୀ

    Share on :
    ajab-Image
    Date: Jan 20, 2026    Views: 3134

    ଭୁବନେଶ୍ବର: ରାଜସ୍ବ ଆଇନରେ ଆସିବ ବ୍ୟାପକ ରିଫର୍ମ । ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ । ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନ୍ କ୍ରୋଚମେଣ୍ଟ ଆକ୍ଟ ବଦଳିବ । ସେହିପରି ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟକୁ ମଧ୍ୟ ବଦଳାଯିବ । ଏହା ସହ ଖୁବଶୀଘ୍ର ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଆସିବ । ଏଥିପାଇଁ ଡ୍ରାଫ୍ଟ ପ୍ରସ୍ତୁତ ସରିଛି । ଡ୍ରାଫ୍ଟକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲାଗି ଅନୁମୋଦନ ପାଇଁ ବିଭାଗକୁ ଆସିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
    ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,"ପୂର୍ବରୁ ଅନେକ ଥର କହିଛି, ରାଜସ୍ୱ ବିଭାଗର ସମସ୍ତ ଆଇନ ସମୟ ଉପଯୋଗୀ ହେବା କଥା । ଓଡ଼ିଶାରେ ଥିବା ସମସ୍ତ ରାଜସ୍ୱ ଆଇନ ୧୯୮୦ ମସିହା ପୂର୍ବର ଆଇନ । ଏହା ଭିତରେ ୪୫ ବର୍ଷ ବିତିଗଲାଣି । ସେତେବେଳେ ଯାହା ପ୍ରାସଙ୍ଗିକ ଥିଲା, ତାହା ପ୍ରସଙ୍ଗିକତା ରଖିବ ବୋଲି ଭାବିବା ଠିକ ନୁହେଁ । ସମସ୍ତ ରାଜସ୍ୱ ଆଇନକୁ ଅଧ୍ୟୟନ କରି ସେଥିରେ ସଂଶୋଧନ ଆଣିବା ଓ ଅବାନ୍ତନ ଆଇନର ପୂର୍ଣ୍ଣଚ୍ଛେଦ ପକେଇବା ପ୍ରକ୍ରିୟା ଚାଲିଛି । ଓଡ଼ିଆ ପ୍ରିଭେନସନ୍ ଅଫ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ ଏବଂ ଓଡ଼ିଶା ସରକାର ଲ୍ୟାଣ୍ଡ ସେଟେଲମେଣ୍ଟ ଆକ୍ଟ ଭଳି ଦୁଇଟି ଆଇନକୁ ନେଇ ଗୋଟିଏ ଆଇନ ହେବ ।
    ସେ ଆହୁରି ମଧ୍ୟ କହିଛନ୍ତି,"ଓଡ଼ିଶା ସରକାର ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଆସିବ । ଏହାର ଡ୍ରାଫ୍ଟ ପ୍ରସ୍ତୁତ ସରିଛି । ରାଜସ୍ୱ ବିଶେଷଜ୍ଞଙ୍କ ସହିତ ଏହି ଡ୍ରାଫ୍ଟ ପ୍ରସ୍ତାବକୁ ନେଇ ଆଲୋଚନା ହେଉଛି । ରାଜସ୍ୱ ଅଧିକାରୀଙ୍କ ପରାମର୍ଶ ମଧ୍ୟ ନିଆଯାଇଛି । ବିଭିନ୍ନ ଦିଗରୁ ସମୀକ୍ଷା କରାଯାଇଛି । ଡ୍ରାଫ୍ଟ ପ୍ରସ୍ତାବ ପୂର୍ଣ୍ଣାଙ୍ଗ ରୂପ ନେବା ପରେ ଅନୁମୋଦନ ପାଇଁ ଆସିବ । ଏହା ପରେ ୱେବସାଇଟରେ ମତାମତ, ସଂଶୋଧନ ପାଇଁ ରଖାଯିବ । ପରବର୍ତ୍ତୀ ସମୟରେ ଆଇନ ବିଭାଗ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ କ୍ୟାବିନେଟକୁ ଆସିବ । ଆସନ୍ତା ବିଧାନସଭା ଅଧିବେଶନରେ ବିଲ୍ ଆକାରରେ ଉପସ୍ଥାପନ ପାଇଁ ଯୋଜନା କରାଯାଇଛି ।"

    ସେ ଏହା ମଧ୍ୟ କହିଠନ୍ତି,"ପ୍ରସ୍ତାବିତ ନୂଆ ବ୍ୟବସ୍ଥାରେ ଆଇନଗତ ଦ୍ୱନ୍ଦ୍ୱ ଦୂର କରିବା ସହ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ବ୍ୟବସ୍ଥାକୁ ସ୍ୱଚ୍ଛ, ଦକ୍ଷ ଏବଂ ଲୋକାଭିମୁଖୀ କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି । ଅନେକ ରାଜସ୍ୱ ଆଇନକୁ ଗୋଟେ ଆଇନରେ ମିଶ୍ରଣ କରାଯିବ । ଯାହା ଦ୍ୱାରା ଜମି ନିୟମ ବୁଝିବା ଓ କାର୍ଯ୍ୟକାରୀ କରିବା ସହଜ ହେବ । ବ୍ରିଟିଶ କାଳରେ ହୋଇଥବା ବ୍ୟବସ୍ଥା ଯୋଗୁଁ ପୁରୀରେ ଜମି ସମସ୍ୟା ଜଟିଳ ହୋଇପଡ଼ିଛି । ତେଣୁ ସରକାର ଏହ ଐତିହାସିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏହ ସମସ୍ତ ଯୋଜନା ହୋଇଛି । ପୁରୁଣା ବିବାଦର ସମାଧାନ ଓ ଭବିଷ୍ୟତରେ ଜବରଦଖଲକୁ ରୋକିବା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଓ ପୌର ନିୟନ୍ତ୍ରଣରେ ଥବା ଜମିର କଡ଼ାକଡ଼ି ଯାଞ୍ଚ କରାଯାଉଛି । ଏଥପାଇଁ ସରକାର ବାର ଆସୋସିଏସନ, ରାଜସ୍ୱ ବିଭାଗ ଓ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବେ । "

    Maximum 500 characters

    ରାଜ୍ୟ ଖବର View all

    Find Us on Facebook