Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆପଡ଼ା ବିଜେପି ପ୍ରାର୍ଥୀ ସମ୍ପର୍କରେ ଏହା କହିଲେ ସୁରେଶ ପୂଜାରୀ

    Share on :
    ajab-Image
    Date: Oct 10, 2025    Views: 2753

    ଭୁବନେଶ୍ବର:  ବାଜିସାରିଛି ନୂଆପଡା ଉପନିର୍ବାଚନ ବିଗୁଲ । ଜନତାଙ୍କ ଆସ୍ଥାଭାଜନ ହେବାକୁ ପାଗଭିଡା ଆରମ୍ଭ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ।  ମନ୍ତ୍ରୀ ସୁରେଶ ପୂଜାରୀ ନୂଆପଡ଼ା ନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ବର୍ତମାନ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇନି। ପ୍ରାର୍ଥୀ ବାବଦରେ ବିଚାର ବିମର୍ଷ କରୁଛି ବିଜେପି। ଦଳ ଭଲ ଲୋକଙ୍କୁ ସୁଯୋଗ ଦେବ। ଜଣେ ଦରଦୀ ମଣିଷ ହିଁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହେବେ।  
    ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ନୂଆପଡା ଆସନ ଜିତିବା ହେବ ଅଗ୍ନିପରୀକ୍ଷା ସଦୃଶ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସଙ୍କ ମଧ୍ୟରେ ହେବ ତ୍ରିକୋଣୀୟ ମୁକାବିଲା । ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଶାସକ ବିଜେପିର ଗ୍ରହଣୀୟତାର ଉତ୍ତର ଦେବ । ସେହିପରି ବିରୋଧୀ ନବୀନଙ୍କ ଲୋକପ୍ରିୟତା ଓ ଭକ୍ତ ଦାସଙ୍କ ଗ୍ରହଣୀୟତାର ପ୍ରମାଣ ସାଜିବ ନୂଆପଡା ଦଙ୍ଗଲ । ଯାହା ୩ ପ୍ରମୁଖ ଦଳ ପାଇଁ ବର୍ତ୍ତମାନର ସବୁଠୁ ବଡ଼ ଆହ୍ୱାନ ।

    Maximum 500 characters

    ରାଜନୀତି View all

    Find Us on Facebook