Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଯେଉଁ ସରକାରୀ ଅଧିକାରୀ ଦୁର୍ନୀତି କରିବେ ସିଏ ଜେଲ୍‍ ଯିବେ- ରାଜସ୍ୱମନ୍ତ୍ରୀ

    Share on :
    ajab-Image
    Date: Jun 9, 2025    Views: 3876

    ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରିଛନ୍ତି । ଏହା ସ୍ୱତ୍ତ୍ୱେ ବି ଦୁର୍ନୀତିଗ୍ରସ୍ତ ଅଧିକାରୀ ଲାଞ୍ଚ ନେବାରେ ପଛଘୁଞ୍ଚା ଦେଉଛନ୍ତି । ଏହାରି ଭିତରେ  ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । ଦୁର୍ନୀତିଖୋରଙ୍କୁ ମନ୍ତ୍ରୀ କହିଛନ୍ତି ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯେଉଁ ସରକାରୀ ଅଧିକାରୀ ଦୁର୍ନୀତି କରିବେ ସିଏ ଜେଲ୍‍ ଯିବେ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧା ହେବେ । ଦୁର୍ନୀତି ନକରି ସରକାରଙ୍କ କାର୍ୟ୍ୟରେ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ ନାହିଁ ବୋଲି ସିଧା ସିଧା କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook