Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗନ୍ଧମାର୍ଦ୍ଧନରେ ଖଣି ହେବନି: ସୁରେଶ ପୂଜାରୀ

    Share on :
    ajab-Image
    Date: Nov 27, 2024    Views: 3759

    ଭୁବନେଶ୍ୱର:ଗନ୍ଧମାର୍ଦ୍ଧନ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବାବେଳେ ବୁଧବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗଦ୍ଧମାର୍ଦ୍ଧନରେ ଖଣି ହେବନାହିଁ । ଗନ୍ଧମାର୍ଦ୍ଧନରେ ଖଣି ଉତ୍ତୋଳନ ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଏହା କହିଛନ୍ତି । ଆଦାନୀକୁ ଅନୁମତି ନେଇ ଉଠିଥିବା ବିବାଦ ପରିପ୍ରେକ୍ଷୀରେ ଶ୍ରୀ ପୂଜାରୀ ଏହା କହିଛନ୍ତି । 
    ଅନ୍ୟପକ୍ଷରେ   ଏହି ପ୍ରସଙ୍ଗରେ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିବୃତ୍ତି ରଖି କହିଛନ୍ତି ଯେ ଆଦାନୀ କିଣିଥିବା ଜମି ପାଇଁ ପୂର୍ବ ବିଜେଡି ସରକାର ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନର ସରକାର ଗନ୍ଧମାର୍ଦ୍ଧନରେ ଖଣି ଉତ୍ତୋଳନ ପାଇଁ ଅନୁମତି ଦେବେ ନାହିଁ । ସେମିତି କିଛି ହେଲେ ମୁଁ ଆପଣଙ୍କ ସହିତ ଆନେ୍ଦାଳନକୁ  ଓହ୍ଲାଇବି । ଆଦାନୀକୁ କେବେ ହେଲେ କାରଖାନା କରିବାକୁ ଦେବୁନି ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।
    ଆଜି ଶୂନ୍ୟକାଳରେ ବିଜୁ ଜନତା ଦଳ ଆଦାନୀ ଜମି କିଣା ପ୍ରସଙ୍ଗ ଉଠାଇଥିଲା ।  ରାଜ୍ୟ ସରକାର ଏନେଇ ଅନୁମତି ଦେଇଛନ୍ତି କି ବୋଲି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ । ଆଉ ଏହାର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉପୋରକ୍ତ ବିବୃତ୍ତି ରଖିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook