Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରଣବପ୍ରକାଶଙ୍କୁ ଏଭଳି କାଉଣ୍ଟର କଲେ ସୂରଜ ସୂର୍ୟ୍ୟବଂଶୀ

    Share on :
    ajab-Image
    Date: Mar 7, 2023    Views: 3254

    ଭୁବନେଶ୍ୱର: ରାଜ୍ୟରେ ଆଇନଶୃଂଖଳାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇବା ପରେ ଏହାର କାଉଣ୍ଟର କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଟ୍ୱିଟରରେ ସେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ୱରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଭଳି ନେତାଙ୍କୁ ସମର୍ଥନ କରି ଆପଣ ଓଡିଶାର ଯୁବକମାନଙ୍କୁ କି ବର୍ତ୍ତା ଦେବାକୁ ଚାହୁୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ।

    ସେପଟେ ପ୍ରଣବ ପ୍ରକାଶ ଦାସଙ୍କୁ ସିରିଜ୍ ଟୁଇଟ୍ କରି କାଉଂଟର କରିଛନ୍ତି ବିଜେପି ବିଧାୟକ ସୂରଜ ସୂର୍ୟ୍ୟବଂଶୀ । ଟୁଇଟ୍ କରି ଲେଖିଛନ୍ତି, ମୂଳ କଥାର ଉତର ନଦେଇ ଯେଉଁ କଥା ଗୁଡିକ କହିଛନ୍ତି, ଓଡିଶାବାସୀ ତାର ସତ୍ୟତା ଜାଣିଛନ୍ତି । ବିରୋଧୀ ଦଳ ନେତା, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କୁ ଆପଣଙ୍କ ସରକାର ମିଛ କେସରେ ଫସାଇ ଅପରାଧୀ କହୁଛନ୍ତି । ସେହିପରି ଅନ୍ୟ ଟୁଇଟରେ ଲେଖିଛନ୍ତି, ଶାସକ ଦଳର ୪୦ ବିଧାୟକ ଓ ମନ୍ତ୍ରୀଙ୍କ ନାଁରେ ହତ୍ୟା, ଧର୍ଷଣ, ଡକାୟତି, ଅପହରଣ ଭଳି ସଙ୍ଗୀନ ଅପରାଧିକ ମାମଲା ରହିଛି ।

    ଏହା ଉପରେ କାହିଁକି ଆପଣ କିଛି କହୁ ନାହାନ୍ତି ବୋଲି ପ୍ରଣବ ପ୍ରକାଶ ଦାସଙ୍କୁ ଟୁଇଟରରେ ପ୍ରଶ୍ନ କରିଛନ୍ତି ସୂରଜ ସୂର୍ୟ୍ୟବଂଶୀ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ଅଧିନର କିଛି ପୁଲିସ ଅଧିକାରୀଙ୍କ ଛତ୍ରଛାୟାରେ ରାଜ୍ୟରେ ଧଳା ଜହର ବ୍ୟାପୁଛି । ଉଡତା ପଞ୍ଜାବ ରାସ୍ତାରେ ଏବେ ଉଡତା ଓଡିଶା ଯାଉଛି । ଫଳରେ ନିଶାଗ୍ରସ୍ତ ହୋଇ ଓଡିଆ ଯୁବକମାନେ ପଥଭ୍ରଷ୍ଟ ହେଉଥିବା ସୂରଜ ସୂର୍ୟ୍ୟବଂଶୀ ଟୁଇଟରରେ ଲେଖିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook