Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପିସିସିକୁ ନେଇ ସୁରଙ୍କ ବିସ୍ଫୋରକ ମନ୍ତବ୍ୟ, ଜାଣନ୍ତୁ କ’ଣ ?

    Share on :
    ajab-Image
    Date: Apr 23, 2022    Views: 6902

    ଭୁବନେଶ୍ୱର : ଜଟଣୀ ବିଧାୟକ ସୁର ରାଉତରାୟ ପିସିସି ସଭାପତିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି  । ନବୀନଙ୍କ ଇସାରାରେ ହିଁ ପିସିସି ସଭାପତି ହେଉଛନ୍ତି ବୋଲି ସେ କହିଛନ୍ତି  ।

    ସୁର କହିଛନ୍ତିଯେ, ନବୀନଙ୍କ ଇଚ୍ଛାରେ ରାଜ୍ୟ ପିସିସି ସଭାପତି ହୁଅନ୍ତି  । ପ୍ରଭାରୀ ବି ତାଙ୍କ ଇଚ୍ଛାରେ ହେଉଛନ୍ତି  । ଏବେ ଗୋଟିଏ ହିଁ ନବୀନ  । ଆଉ ଅନ୍ୟ କେହି ନାହାନ୍ତି  । ଚେଲ୍ଲାକୁମାର ବଦଳିବି ନବୀନଙ୍କ ଇଚ୍ଛାରେ ହେବବୋଲି କହିଛନ୍ତି  । ମେ’ ୭ ସୁଦ୍ଧା ନୂଆ ପିସିସି ବୋଲି ସେ ସଂକେତ ଦେଇଛନ୍ତି  । ସୁରଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି  ।

    ଅପରପକ୍ଷରେ ବିଜେଡ଼ି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତିଯେ, କେବଳ ଓଡ଼ିଶା ଓ ବିଜେଡ଼ି ପାଇଁ ନବୀନଙ୍କ ଆଗ୍ରହ ଅଛି  । ଆଉ କେଉଁ ଦଳରେ କ’ଣ ହେଲା ନବୀନଙ୍କର ସେଥିରେ ମତଲବ ନାହିଁ  ।

    ସୂଚନାଯୋଗ୍ୟଯେ, ପିସିସି ସଭାପତି ବଦଳାଇବା ପାଇଁ ଏବେ ମାନସମନ୍ଥନ ଚାଲିଛି  । ଦିଲ୍ଲୀ ଯାଇ ଅନେକ କଂଗ୍ରେସ ନେତା ଏନେଇ ଆଲୋଚନା କରିଛନ୍ତି  । ଫଳରେ ଖୁବଶୀଘ୍ର ପିସିସି ବଦଳିବାର ସମ୍ଭାବନା ରହିଛି  । ଅପରପକ୍ଷରେ ପୂର୍ବରୁ ମଧ୍ୟ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସୁରଙ୍କ ଭଳି ମତ ଦେଇଥିଲେ  । ନବୀନଙ୍କ ପାଇଁ ସେ ବଦଳିଗଲେ ବୋଲି କହିଥିଲେ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook