ମୁଖ୍ୟ ଖବର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ କମିଶନର ସେହି ନିଷ୍ପତ୍ତିକୁ ବଜାୟ ରଖିଛନ୍ତି, ଯାହା ଅଧୀନରେ ବିହାରରେ ଭୋଟର ତାଲିକାର SIR ଆରମ୍ଭ କରାଯାଇଥିଲା। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ, SIR ପ୍ରକ୍ରିୟାକୁ କେବଳ ଭୋଟର ତାଲିକାର ସାଧାରଣ ସଂଶୋଧନ ପ୍ରକ୍ରିୟାଠାରୁ ଭିନ୍ନ ହୋଇଥିବାରୁ ଏହାକୁ ବେଆଇନ ବୋଲି କୁହାଯାଇପାରିବ ନାହିଁ। କୋର୍ଟ SIRକୁ ଏକ ବୈଧ ଏବଂ ସାମ୍ବିଧାନିକ ପ୍ରକ୍ରିୟା ଭାବରେ ବର୍ଣ୍ଣନା କରିଛନ୍ତି। କୋର୍ଟ ଆହୁରି କହିଛନ୍ତି, "ଏହି ପ୍ରକ୍ରିୟା ଆଇନଗତ ଭାବରେ ସଠିକ୍।"
ସୁପ୍ରିମକୋର୍ଟ କହିଛନ୍ତି ଯେ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଜନପ୍ରତିନିଧିତ୍ୱ ଆଇନ ଅନୁଯାୟୀ ନିର୍ବାଚନ ଆୟୋଗଙ୍କୁ ଭୋଟର ତାଲିକାର ପୁନଃନିରିକ୍ଷଣ ବା ସଂଶୋଧନ କରିବାର ଅଧିକାର ଅଛି। ବିହାରରେ ନିର୍ବାଚନ ଆୟୋଗ ଦ୍ୱାରା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର ଏହା କହିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାରେ ବ୍ୟକ୍ତିବିଶେଷଙ୍କୁ ସାମିଲ କରିବା ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ନିର୍ବାଚନ କମିଶନଙ୍କ କ୍ଷମତା ସୀମିତ ଏବଂ ନାମ ବାଦ ଦେବା ଦ୍ୱାରା କୌଣସି ବ୍ୟକ୍ତିଙ୍କ ନାଗରିକତା ସ୍ଥିତି ପ୍ରତ୍ୟାହାର ହୁଏ ନାହିଁ। ନାଗରିକତା ସ୍ଥିତି କେବଳ ସକ୍ଷମ କର୍ତ୍ତୃପକ୍ଷ ଦ୍ୱାରା ନିର୍ଣ୍ଣୟ କରାଯାଇପାରିବ।
Comments ସମସ୍ତ ମତାମତ