Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହିଜାବ ମାମଲା: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

    Share on :
    ajab-Image
    Date: Sep 23, 2022    Views: 3393

    ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ହିଜାବ ନିଷିଦ୍ଧ ଲାଗି ହୋଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନ ଉପରେ ଲଗାତାର ୧୦ ଦିନ ହେବ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିଚାରପତି ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ଗଠିତ ଖଣ୍ଡପୀଠ ଶୁଣାଣି କରି ରାୟ ସଂରକ୍ଷିତ କରିଛନ୍ତି । ପୂର୍ବରୁ ଅଗଷ୍ଟ ୨୯ରେ କର୍ଣ୍ଣାଟକରେ ସ୍କୁଲ କଲେଜରେ ହିଜାବ ନିଷିଦ୍ଧ ମାମଲାକୁ ନେଇ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ କରି ଜବାବ ତଲବ କରିଥିଲେ ।

    ଗଠିତ ଖଣ୍ଡପୀଠ କହିଛନ୍ତି, ବର୍ତ୍ତମାନ ଏହା ଆମ ପାଇଁ ହୋମୱାର୍କ କରିବା ଓ ରାୟ ପ୍ରକାଶ କରିବାର ସମୟ । ଏବେ ବି ଯିଏ ଲିଖିତ ଦଲିଲ ଦେବାକୁ ଚାହୁଁଛନ୍ତି ଦେଇ ପାରିବେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାଜୀବ ଧାୱନ, କପିଲ ସିବଲ, ସଲମାନ ଖୁର୍ସିଦ, ଦେବଦତ୍ତ କମାତ ଓ ସଞ୍ଜୟ ହେଗଡେଙ୍କ ଭଳି ୨୦ ଅଧିକ ଆଇନଜୀବୀ ମାମଲା ଲଢୁଥିଲେ । ସେମାନେ ସରକାରଙ୍କ ଆଦେଶକୁ ବିରୋଧ କରୁଥିଲେ । ସେପଟେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ଅତିରିକ୍ତ ସଲିସିଟର ଜେନେରାଲ କେ. ଏମ ନଟରାଜ ଓ କର୍ଣ୍ଣାଟକ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ ନାଭାଡଗି ମାମଲା ପରିଚାଳନା କରୁଥିଲେ । ସେମାନେ ସରକାରଙ୍କ ଆଦେଶକୁ ଯଥାର୍ଥ ବୋଲି ଦର୍ଶାଇଥିଲେ । ଗତ ୧୦ ଦିନ ହେବ ମାମଲା ନିୟମିତ ଶୁଣାଣି ଚାଲିଥିଲା । ଗୁରୁବାର ରାୟ ସଂରକ୍ଷିତ କରି ଶୁଣାଣି ଶେଷ କରିଛନ୍ତି ସୁପ୍ରିମକୋର୍ଟ ।
    କର୍ଣ୍ଣାଟକ ହାଇକୋର୍ଟ ଇଡୁପିର ଏକ କଲେଜର ମୁସଲିମ ଛାତ୍ରୀମାନଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ସେମାନେ ହିଜାବ ପିନ୍ଧିବାକୁ ଅନୁମତି ମାଗିଥିଲେ । ହିଜାବ ପିନ୍ଧିବା ଜରୁରୀ ନୁହେଁ ବୋଲି ହାଇକୋର୍ଟ କହିଥିଲେ । ମାର୍ଚ୍ଚ ୧୫ ରେ ହିଜାବ ମାମଲାରେ ସମସ୍ତ ଆବେଦନକୁ ଖାରଜ କରିଥିଲେ କର୍ଣ୍ଣାଟକ ହାଇକୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ହିଜାବ ପିନ୍ଧିବା ଜରୁରୀ ନୁହେଁ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରାଛାତ୍ରୀ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଶୁଣାଣି କରି ଏହି ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।

    ଚଳିତ ବର୍ଷ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା । ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପିଥିଲା । କର୍ଣ୍ଣାଟକରେ ହିଂସ୍ର ହୋଇଥିଲା ହିଜାବ ବିବାଦ । ୧୪୪ ଧାରା ଜାରି ଓ ୩ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିଲା । ପରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook