Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପତ୍ନୀକୁ ‘ବୋକା’ କହିବା ନିଷ୍ଠୁରତା ନୁହେଁ: ସୁପ୍ରିମକୋର୍ଟ

    Share on :
    ajab-Image
    Date: Nov 4, 2026    Views: 3083

    ନୂଆଦିଲ୍ଲୀ : ପତ୍ନୀକୁ ଯଦି ତା’ର ପତି ‘ବୋକା’ (ଷ୍ଟୁପିଡ) ଓ ‘ଅଦରକାରୀ’ (ୟୁସ୍‌ଲେସ୍‌) କହି ଗାଳିଦିଏ ତେବେ ଏହାକୁ ନିଷ୍ଠୁରତା ବୋଲି କୁହାଯାଇପାରିବ ନାହିଁ। ଏପରି କହିବା ଦ୍ବାରା କୌଣସି ପ୍ରକାର ଅପରାଧିକ ଧମକ କିମ୍ବା ଭୟଭୀତ କରିବା ନୁହେଁ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି। ବିଚାରପତି ବିଭି ନାଗରତ୍ନା ଓ ବିଚାରପତି ମନମୋହନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ସୋମବାର ଏପରି ମତବ୍ୟକ୍ତ କରିଛନ୍ତି। ଏପରି କଥାକୁ ନେଇ ଆତ୍ମହତ୍ୟା କରିଥିବା ଜଣେ ମହିଳାଙ୍କ ସ୍ବାମୀ ବିରୋଧରେ ଯୌତୁକ ନିର୍ଯାତନା ଜନିତ ହତ୍ୟା ଓ ନିଷ୍ଠୁରତା ଆଚରଣ ଭଳି ମାମଲା ରୁଜୁ କରାଯାଇଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ବମ୍ବେ ହାଇକୋର୍ଟ ସମ୍ପୃକ୍ତ ସ୍ବାମୀଙ୍କ ବିରୋଧରେ ହତ୍ୟା ମାମଲା ଚାଲୁ କରିବାକୁ ଅନୁମତି ଦେଇଥିଲେ। ମାତ୍ର ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଏ ସମ୍ପର୍କିତ ନିର୍ଦେଶକୁ ଖାରଜ କରିଦେଇଛନ୍ତି।
    ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରାଥମିକ ଭାବେ ଯଦି ସ୍ବାମୀ ତାଙ୍କ ସ୍ତ୍ରୀକୁ ଏପରି କହିଥିବା ସତ୍ୟ ହୋଇଥାଏ ତେବେ ଏହାକୁ ଅପରାଧିକ ଧମକ କିମ୍ବା ଭୟଭୀତ କରିବା ବୋଲି କୁହାଯାଇପାରିବ ନାହିଁ। ଏହାକୁ ଅପରାଧର ରଙ୍ଗ ଦିଆଯାଇପାରିବ ନାହିଁ ଯାହା ଦ୍ବାରା ପତ୍ନୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଅତିକମ୍‌ରେ ପତ୍ନୀଙ୍କୁ ଏପରି କହିବା ପତିର ପ୍ରକୃିତ, ସ୍ବଭାବ ଓ ମାନସିକସ୍ଥିତିକୁ ସୂଚିତ କରିଥାଏ। ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ଯାତନାର ନିର୍ଦିଷ୍ଟ ପ୍ରକାର ଉଲ୍ଲେଖ ନ କରି ସାଧାରଣ ଭାବେ ନିର୍ଯାତନା ଅଭିଯୋଗ କରିବା ଦ୍ବାରା ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲୁ କରାଯାଇପାରିବ ନାହିଁ। ମାମଲାରେ ସମ୍ପୃକ୍ତ ପତି ଓ ପତ୍ନୀ ଜାନୁଆରୀ ୨୦୨୧ରେ ବିବାହ କରିଥିଲେ। ୨୦୨୨ ଫେବୃଆରୀରେ ସେମାନେ ଟରଣ୍ଟୋ ଚାଲିଯାଇଥିଲେ। ୨୦୨୩ ଜୁନ୍‌ରେ ପତ୍ନୀ ଆତ୍ମହତ୍ୟା କରିଥିଲେ। ପତ୍ନୀ ତାଙ୍କ ସୁଇସାଇଡ୍ ନୋଟ୍‌ରେ ଲେଖିଥିଲେ ଯେ ତାଙ୍କ ପାଠପଢାରେ ସମସ୍ୟା ହେଉଛି। କୌଣସି ଠାରେ ଚାକିରି ପାଇ ପାରୁ ନାହାନ୍ତି। ଆଉ ସ୍ବାମୀ ତାଙ୍କୁ ‘ଷ୍ଟୁପିଡ୍’ ଓ ‘ୟୁସଲେସ୍‌’ କହିବାରୁ ଦୁଃଖିତ ଅଛନ୍ତି। ଏହାକୁ ନେଇ ମହିଳାଙ୍କ ପିତା ସ୍ବାମୀଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଜନିତ ହତ୍ୟା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ମାମଲା ରୁଜୁ କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook