Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୁପ୍ରିମକୋର୍ଟକୁ ଖୁବ୍‌ଶୀଘ୍ର ମିଳିବେ ୩ ନୂଆ ବିଚାରପତି

    Share on :
    ajab-Image
    Date: Oct 1, 2026    Views: 2769

    ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ଖୁବ୍‌ଶୀଘ୍ର ୩ ଜଣ ନୂଆ ବିଚାରପତି ମିଳିପାରନ୍ତି । ସୁପ୍ରିମକୋର୍ଟ କଲେଜିୟମ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୁନୀତା ଅଗ୍ରୱାଲ, ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ତେଲଙ୍ଗନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅପରେଶ କୁମାର ସିଂହଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଁ ସୁପାରିସ କରିଛି ।
    ପ୍ରଧାନ ବିଚାରପତି(ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ବି.ଭି ନାଗରତ୍ନା, ଜଷ୍ଟିସ ଏମ୍.ଏମ୍ ସୁନ୍ଦରେଶ, ଜଷ୍ଟିସ ପି.ଏସ୍ ନରସିମ୍ହାଙ୍କୁ ନେଇ ଗଠିତ କଲେଜିୟମ ସୋମବାର ଏହି ସୁପାରିଶ କରିଥିଲା । ଉପରୋକ୍ତ ୩ ବିଚାରପତିଙ୍କୁ ନିଯୁକ୍ତି ମିଳିଲେ ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୭ ହେବ । ସେହିପରି ବର୍ତ୍ତମାନ ସୁପ୍ରିମକୋର୍ଟରେ ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ବି. ମୋହନା ଦୁଇଜଣ ମହିଳା ବିଚାରପତି ଅଛନ୍ତି । ସୁନୀତା ଅଗ୍ରୱାଲଙ୍କୁ ନିଯୁକ୍ତି ମିଳିଲେ ମହିଳା ବିଚାରପତିଙ୍କ ସଂଖ୍ୟା ୩ ହୋଇଯିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook