Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

    Share on :
    ajab-Image
    Date: Sep 29, 2026    Views: 2344

    ନୂଆଦିଲ୍ଲୀ : ଅନାଦେୟ ଟ୍ରାଫିକ୍ ଇ-ଚାଲାଣ ବା ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଦେଶସାରା ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ଟ୍ରାଫିକ୍ ଚାଲାଣକୁ ଆଦାୟ କରିବା ପାଇଁ ଗାଡ଼ି ଚାଳକଙ୍କ ବିଜୁଳି ବିଲରେ ଏହି ଚାଲାଣ ଅର୍ଥ ଯୋଡ଼ିବାକୁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ସୋମବାର ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି ବେଳେ ବିଚାରପତି ଜେବି ପର୍ଡିୱାଲା ଓ ବିଚାରପତି କେଭି ବିଶ୍ବନାଥନଙ୍କୁ ନେଇ ଗଠିତ ପୀଠ ଏହି ପ୍ରସ୍ତାବ ଦେଇଛନ୍ତି। କୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ, ସାରା ଦେଶରେ ପ୍ରାୟ ୪୫,୦୦୦ କୋଟି ଟଙ୍କାର ଇ-ଚାଲାଣ ଦୀର୍ଘ ଦିନ ଧରି ଅନାଦେୟ ହୋଇ ରହିଥିଲା। ଏଥିରୁ ଏବେ ପ୍ରାୟ ୨୫,୦୦୦ କୋଟି ଟଙ୍କା ଆଦାୟ ହୋଇପାରିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, କେବଳ ଲକ୍ଷ ଲକ୍ଷ ଇ-ଚାଲାଣ କାଟିଦେଲେ ହେବ ନାହିଁ, ସେହି ଜୋରିମାନା ଆଦାୟ କରିବା ଉପରେ ସରକାରୀ କର୍ତ୍ତୃପକ୍ଷ ଧ୍ୟାନ ଦେବା ଉଚିତ୍। କୋର୍ଟ ପରାମର୍ଶ ଦେଇ କହିଛନ୍ତି ‘ଯଦି ଲୋକମାନେ ଟ୍ରାଫିକ୍ ଚାଲାଣ ପୈଠ କରୁ ନାହାନ୍ତି ତେବେ ଏହାକୁ ସେମାନଙ୍କ ବିଜୁଳି ବିଲ୍‌ରେ ଯୋଡ଼ିଦିଅନ୍ତୁ। ସେମାନଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନଚେତ୍ ବିଦ୍ୟୁତ୍ ସଂଯୋଗ କଟିଯିବ। ଚାଲାଣ ଆଦାୟ ପାଇଁ ଅନ୍ୟାନ୍ୟ କଟକଣା ଯଥା ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର ନବୀକରଣ, ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ପ୍ରଦୂଷଣ ପ୍ରମାଣପତ୍ର କିମ୍ବା ମାଲିକାନା ପରିବର୍ତ୍ତନ ଉପରେ ରୋକ୍ ଲଗାଇବାକୁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି। ପରିବହନ ପୋର୍ଟାଲରେ ଅନାଦେୟ ଚାଲାଣ ଥିବା ଗାଡ଼ିଗୁଡ଼ିକୁ ବ୍ଲାକ୍‌ଲିଷ୍ଟ୍ କରିବା। ରାସ୍ତାରେ ଯାଞ୍ଚ ବେଳେ ବାକି ଚାଲାଣ ଥିବା ଗାଡ଼ିଗୁଡ଼ିକୁ ଜବତ କରିବା। ସୁପ୍ରିମ୍ କୋର୍ଟ ଏହିସବୁ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ପଷ୍ଟ ନୀତି ଓ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ ମିତ୍ରଙ୍କୁ ନିର୍ଦେଶ ଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook