Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିସିଆଇ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

    Share on :
    ajab-Image
    Date: Sep 3, 2026    Views: 2747

    ନୂଆଦିଲ୍ଲୀ : ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)ର ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଏହାସହ ନୂତନ ବିସିଆଇ ଗଠନ ନହେବା ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତିରେ ଆଟର୍ଣ୍ଣି ଜେନେରାଲ୍ (ଏଜିଆଇ) ଓ ସଲିସିଟର ଜେନେରାଲ୍ (ଏସ୍‌ଜିଆଇ)ଙ୍କୁ ସାମିଲ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ବିସିଆଇ ନିୟମାବଳୀ ଅନୁଯାୟୀ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨ ବର୍ଷ ରହିଥିବା ବେଳେ ଏହାକୁ ୫ ବର୍ଷ (୨୦୨୫ରୁ ୨୦୩୦) ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଆଇନସଙ୍ଗତ ନୁହେଁ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ନୂତନ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ମନନ କୁମାର ମିଶ୍ର ଜଣେ ‘ପ୍ରୋ-ଟେମ୍’ (ଅସ୍ଥାୟୀ)ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। କାରଣ ସେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଅଧ୍ୟକ୍ଷ ନୁହନ୍ତି। ମନନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିସିଆଇର ଦୈନନ୍ଦିନ କାର୍ଯ୍ୟ ଚାଲୁ ରହିବ, କିନ୍ତୁ କୌଣସି ବଡ଼ ନୀତିଗତ ନିଷ୍ପତ୍ତି ନେବା ପୂର୍ବରୁ ଭାରତର ଆଟର୍ଣ୍ଣି ଜେନେରାଲ୍ ଓ ସଲିସିଟର ଜେନେରାଲଙ୍କ ସହମତି ଓ ଭାଗିଦାରୀ ବାଧ୍ୟତାମୂଳକ ହେବ। ରାଜ୍ୟ ବାର୍ କାଉନ୍‌ସିଲ୍ ଗୁଡ଼ିକର ନିର୍ବାଚନ ଶେଷ ହେବା ପରେ, ସେମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ମିଶି ନୂତନ ବିସିଆଇ ଅଧ୍ୟକ୍ଷ ଓ ଅନ୍ୟ ପଦାଧିକାରୀଙ୍କୁ ନିର୍ବାଚନ କରିବେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook