Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ: ସିଭିଲ୍ ଜଜ୍ ନିଯୁକ୍ତି ପାଇଁ ବର୍ଷେ ଓକିଲାତି ଅଭିଜ୍ଞତା

    Share on :
    ajab-Image
    Date: Aug 22, 2026    Views: 3010

    ନୂଆଦିଲ୍ଲୀ: ନ୍ୟାୟିକ ସେବା କ୍ଷେତ୍ରରେ ପ୍ରବେଶ ଲାଗି ହେଉଥିବା ସିଭିଲ୍ ଜଜ୍ ବା ଜୁଡିସିଆଲ୍ ସର୍ଭିସ୍ ପରୀକ୍ଷା ପାଇଁ ଆବଶ୍ୟକ ଓକିଲାତି ଅଭିଜ୍ଞତା ନିୟମରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ୨୦୨୫ ମେ’ରେ ଦେଇଥିବା ନିଜର ରାୟକୁ ବଳବତ୍ତର ରଖିବା ପୂର୍ବକ ସୁପ୍ରିମକୋର୍ଟ ପୂର୍ବ ନିୟମରେ ଆଂଶିକ ସଂଶୋଧନ କରିଛନ୍ତି। ନିମ୍ନ ଅଦାଲତରେ ବିଚାରପତି (ସିଭିଲ୍ ଜଜ୍‌) ହେବା ପାଇଁ ପୂର୍ବରୁ ଧାର୍ଯ୍ୟ ୩ ବର୍ଷର ଆଇନ ଅଭ୍ୟାସ (ଓକିଲାତି) ଅବଧିକୁ କମାଇ ୧ ବର୍ଷ କରାଯାଇଛି। ଜୁଡିସିଆଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ସ୍ୱତନ୍ତ୍ର ‘ଟ୍ରେନି ବିଚାରପତି’ ଭାବେ ନିଯୁକ୍ତ ମିଳିବ। ସେମାନଙ୍କୁ ରାଜ୍ୟ ଜୁଡିସିଆଲ୍ ଏକାଡେମୀରେ ୧ ବର୍ଷର ତାଲିମ ନେବାକୁ ପଡ଼ିବ। ଏହାପରେ ୧ ବର୍ଷର କ୍ଲର୍କସିପ୍ ପ୍ରଶିକ୍ଷକ୍ଷ ନେବାକୁ ହେବ। ଯେଉଁଥିରୁ ୬ ମାସ ଜଣେ ଜିଲା ଜଜ୍‌ କିମ୍ବା ଉଚ୍ଚତର ଜୁଡିସିଆଲ୍ ଅଧିକାରୀଙ୍କ ଅଧୀନରେ ଓ ଅବଶିଷ୍ଟ ୬ ମାସ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଅଧୀନରେ ପ୍ରଶିକ୍ଷଣ ନେବାକୁ ପଡ଼ିବ। ୨୦୨୭ ମାର୍ଚ୍ଚ ୩୧ ମଧ୍ୟରେ ହେବାକୁ ଥିବା ପରୀକ୍ଷା ପାଇଁ ନୂଆ ନିୟମ ଲାଗୁ ହେବ ନାହିଁ। ୨୦୨୭ ଏପ୍ରିଲ ୧ ପରେ ହେବାକୁ ଥିବା ଜୁଡିସିଆଲ ସର୍ଭିସ ପରୀକ୍ଷାଗୁଡ଼ିକ ପାଇଁ ୧ ବର୍ଷର ସକ୍ରିୟ ଓକିଲାତି ଅଭିଜ୍ଞତା ସହ ୧ ବର୍ଷ ତାଲିମ ଓ ୧ ବର୍ଷ କ୍ଲର୍କସିପ୍ ନିୟମ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଅଗଷ୍ଟିନ୍ ଜର୍ଜ ମସିହ ଓ ବିଚାରପତି କେ. ବିନୋଦ ଚନ୍ଦ୍ରନ୍‌ଙ୍କୁ ନେଇ ଗଠିତ ପୀଠ ୨:୧ ବହୁମତରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook