Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମହୁଆଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା: ‘ରାଜନୀତିରେ ରହି ଅଣ୍ଡା ମାଡ଼କୁ ଡରୁଛ’

    Share on :
    ajab-Image
    Date: Aug 8, 2026    Views: 2562

    ନୂଆଦିଲ୍ଲୀ: ଏକ ଅପରାଧିକ ମାମଲାରେ ପୁଲିସ ନିକଟରେ ପ୍ରତ୍ୟକ୍ଷ ହାଜର ହେବାକୁ କଲକାତା ହାଇକୋର୍ଟ ଦେଇଥିବା ନିର୍ଦେଶକୁ ଚାଲେଞ୍ଜ କରିଥିବା ଟିଏମସି ସାଂସଦ ସୁପ୍ରିମକୋର୍ଟରେ ସମାଲୋଚିତ ହୋଇଛନ୍ତି। ପୁଲିସ ନିକଟରେ ପ୍ରତ୍ୟକ୍ଷ ପରିବର୍ତ୍ତେ ଆଭାସି (ଭର୍ଚୁଆଲ)ରେ ହାଜର ହେବାକୁ ମହୁଆ ସୁପ୍ରିମକୋର୍ଟଙ୍କୁ ଆବେଦନ କରିଥିଲେ। ମାତ୍ର ଏପରି ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଶୁକ୍ରବାର ଏହି ଆବେଦନର ଶୁଣାଣି ସମୟରେ ସୁପ୍ରମକୋର୍ଟ ବିଚାରପତି ଦୀପଙ୍କର ଦତ୍ତ ଓ ଶୀଲ ନାଗୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମହୁଆଙ୍କ ମନୋଭାବକୁ ସମାଲୋଚନା କରିଥିଲେ। ଶୁଣାଣି ସମୟରେ ପୀଠ ତାଙ୍କୁ କହିଥିଲେ ଯେ, ‘ଆପଣ ଜଣେ ସାଂସଦ। ରାଜନୀତିରେ ପ୍ରବେଶ କରିବା ପରେ ଆପଣ କାହିଁକି ଅଣ୍ଡା ମାଡ଼କୁ ଡରୁଛନ୍ତି? ଆମର ସ୍ୱାଧୀନତା ସଂଗ୍ରାମୀମାନେ ତ ଛାତିରେ ଗୁଳି ଖାଇଥିଲେ।’ ପୂର୍ବରୁ ତାଙ୍କ ଉପରେ ଅଣ୍ଡା ମାଡ଼ ହୋଇଥିବାରୁ ପୁଣି ସେହିପରି ଆକ୍ରମଣର ଆଶଙ୍କା ଥିବାରୁ ମହୁଆ ଆଭାସି ଜରିଆରେ ହାଜର ହେବାକୁ ଅନୁମତି ଲୋଡ଼ିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ କେବଳ ସାଂସଦ ହୋଇଥିବାରୁ ତାଙ୍କୁ ଏଭଳି ବିଶେଷ ଛାଡ଼ ମିଳିପାରିବ ନାହିଁ। ଏଭଳି ମାମଲାରେ ସୁପ୍ରିମକୋର୍ଟ ଆସିବା ଉଚିତ୍ ନୁହେଁ। ସୁପ୍ରିମକୋର୍ଟଙ୍କ ଏଭଳି କଡ଼ା ଟିପ୍ପଣୀ ପରେ ମହୁଆଙ୍କ ଆଇନଜୀବୀ ଆବେଦନଟିକୁ ପ୍ରତ୍ୟାହାର କରିନେଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook