Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନିଟ୍‌-ୟୁଜି ଓଏମ୍‌ଆର ସିଟ୍‌ରେ ତ୍ରୁଟି ; ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ୬ ପରୀକ୍ଷାର୍ଥୀ

    Share on :
    ajab-Image
    Date: Aug 5, 2026    Views: 2924

    ନୂଆଦିଲ୍ଲୀ : ନିଟ୍‌-ୟୁଜି ୨୦୨୬ ପରୀକ୍ଷାର ଓଏମ୍‌ଆର୍ ସିଟ୍‌ରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ କରି ୬ ଜଣ ପରୀକ୍ଷାର୍ଥୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନକାରୀମାନେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ପୀଠରେ ଆବେଦନ କରିଛନ୍ତି। ଆବେଦନକାରୀ ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ ଓଏମ୍‌ଆର ସିଟ୍‌ରେ ଦେଇଥିବା ଉତ୍ତର ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ୱେବସାଇଟ୍‌ରେ ଅପଲୋଡ୍ କରିଥିବା ଓଏମ୍‌ଆର ସିଟ୍‌ର କପି ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଆବେଦନକାରୀ ପରୀକ୍ଷାର୍ଥୀଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି ଯେ ଏହି ୬ ଜଣ ଛାତ୍ରଛାତ୍ରୀ ୬୦୦ରୁ ଅଧିକ ନମ୍ବର ରଖିବାର ଯୋଗ୍ୟତା ହାସଲ କରିଛନ୍ତି; କିନ୍ତୁ ଏନଟିଏ ଦ୍ୱାରା ଦିଆଯାଇଥିବା ଓଏମ୍‌ଆର କପିରେ ସେମାନଙ୍କର ପ୍ରକୃତ ଉତ୍ତର ବଦଳି ଯାଇଛି। ଛାତ୍ରଛାତ୍ରୀମାନେ ଏହି ଅସଙ୍ଗତି ବାବଦରେ ଏନଟିଏକୁ ଇମେଲ୍ କରିଥିଲେ ଏବଂ ସେମାନଙ୍କ କାର୍ଯ୍ୟାଳୟକୁ ମଧ୍ୟ ଯାଇଥିଲେ, କିନ୍ତୁ ଏଜେନ୍ସି ପକ୍ଷରୁ କୌଣସି ଜବାବ କିମ୍ବା ସହାୟତା ମିଳିନଥିଲା। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ୱାଇ. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଗ୍ରହଣ କରି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook