ମୁଖ୍ୟ ଖବର
ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟରେ ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍ବେଗ ଜଣାଇଲେ CJI ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ । ଦେଶର ସବୁ ହାଇକୋର୍ଟମାନଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ। ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ। ବ୍ୟକ୍ତିଗତ ସ୍ବାଧୀନତା ମାମଲାରେ ସମୟସୀମା ଆହୁରି କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଗାଇଡଲାଇନ୍ ଜାରି କରିଛନ୍ତି। ଏହାଦ୍ଵାରା ବହୁ ଲମ୍ବିତ ମାମଲାର ଶୀଘ୍ର ସମାଧାନ ହେବ। ଧାରା ୧୪୨ ଅନୁଯାୟୀ ନିଜ କ୍ଷମତା ବ୍ୟବହାର କରି ନିର୍ଦ୍ଦେଶ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଶୁଣାଣି ଉପରେ ବି କଡ଼ା ଟାଇମ୍ ଲାଇନ୍ ଜାରି କରିଛନ୍ତି। ଜାମିନ ଆବେଦନ ଶୁଣାଣି ସେହିଦିନ କିମ୍ବା ପରଦିନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଶୁଣାଣିର ଆଦେଶ ତୁରନ୍ତ ଜେଲ୍ ପ୍ରଶାସନକୁ ଜଣାଇବାକୁ କହିଛନ୍ତି। ସେହିପରି ଜାମିନ ପାଇଥିବା ବିଚାରାଧୀନ କଏଦୀଙ୍କୁ ସେହି ଦିନ ମୁକ୍ତ କରାଯିବା ଉଚିତ୍। ସମସ୍ତ ରାୟ ୨୪ ଘଣ୍ଟାରେ ହାଇକୋର୍ଟ ୱେବସାଇଟ୍ରେ ଅପଲୋଡ୍ ହେବା ଆବଶ୍ୟକ ବୋଲି କହିଛନ୍ତି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, କୋର୍ଟ ପ୍ରଥମେ କୋର୍ଟ ଭିତରେ ଆଦେଶର ଗୁରୁତ୍ଵପୂର୍ଣ୍ଣ ଅଂଶ ଘୋଷଣା କରିବେ ଏବଂ ଏହାର ବିସ୍ତୃତ ବିବରଣୀ ସାତ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡ୍ କରାଯିବ। ଏହା ସହିତ, ନିଷ୍ପତ୍ତି ସଂରକ୍ଷିତ ଥିବା ତାରିଖ ମଧ୍ୟ ସମ୍ପୃକ୍ତ ହାଇକୋର୍ଟର ୱେବସାଇଟରେ ପ୍ରଦର୍ଶିତ ହେବ। ଝାଡ଼ଖଣ୍ଡ HCଙ୍କ ରାୟ ଓ ଅପଲୋଡ୍ରେ ବିଳମ୍ବ ନେଇ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ନିର୍ଦ୍ଧାରିତ ସମୟସୀମା ପାଳନ କରାନଯାଏ ତାହେଲେ ମାମଲା ଅନ୍ୟ ଏକ ପୀଠ ପାଖକୁ ଚାଲିଯିବ। ଯଦି ନିଷ୍ପତ୍ତିର କାରଣ ୩୦ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡ୍ ନହୁଏ ତେବେ ମାମଲାକୁ ପ୍ରତ୍ୟାହାର କରାଯାଇ ଏକ ନୂତନ ଖଣ୍ଡପୀଠକୁ ପଠାଯାଇପାରିବ। ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଏହି ନିର୍ଦ୍ଦେଶାବଳୀଗୁଡ଼ିକୁ ସମ୍ପୃକ୍ତ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ରଖନ୍ତୁ ଯାହାଦ୍ୱାରା ଏହା ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ।
Comments ସମସ୍ତ ମତାମତ