Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏସଆଇଆରରୁ ବାଦ୍ ପଡିଥିବା ୩୪ ଲକ୍ଷ ଲୋକ ଦେଇପାରିବେନି ଭୋଟ୍

    Share on :
    ajab-Image
    Date: Apr 14, 2026    Views: 3146

    ନୂଆଦିଲ୍ଲୀ:  ପଶ୍ଚିମବଙ୍ଗରେ ସ୍ପେଶାଲ ଇନଟେନସିଭ୍ ରିଭିଜନ୍ ବା ଏସଆଇଆରରୁ ପକ୍ରିୟାରୁ ବାଦ୍ ପଡିଥିବା ଭୋଟରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା। ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ୩୪ ଲୋକଙ୍କୁ ଭୋଟ ଦେବାକୁ ଅନୁମତି ପ୍ରଦାନ କରିନାହାନ୍ତି, ଯେଉଁମାନଙ୍କ ନାମ ଏସଆଇଆର ସମୟରେ ଭୋଟର ତାଲିକାରୁ ବାଦ ଦିଆଯାଇଥିଲା। କୋର୍ଟକୁ ସୂଚନା ଦିଆଯାଇଥିଲା ଯେ ଏପ୍ରିଲ ୧୧ ସୁଦ୍ଧା ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ନାମ ପ୍ରତ୍ୟାଖ୍ୟାନ କିମ୍ବା ବାଦ ଦେବା ବିରୋଧରେ ୩୪ ଲକ୍ଷ ୩୫ ହଜାର ୧୭୪ ଆବେଦନ ଦାଖଲ ହୋଇଛି। ଆବେଦନକାରୀମାନେ ଯୁକ୍ତି ଦେଇଛନ୍ତି ଯେ ଭୋଟରଙ୍କୁ ବିନା କୌଣସି ଉପାୟରେ ଛାଡ଼ିବା ଉଚିତ୍ ନୁହେଁ, ବିଶେଷକରି ଯେତେବେଳେ ଏପ୍ରିଲ ୨୩ ରେ ନିର୍ବାଚନ ରହିଛି।
    ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ, ‘ଆମେ ଏପରି ପରିସ୍ଥିତି ସୃଷ୍ଟି କରିପାରିବୁ ନାହିଁ ଯେଉଁଠାରେ ଆପିଲେଟ୍ ଟ୍ରିବ୍ୟୁନାଲର ବିଚାରପତିଙ୍କ କାର୍ଯ୍ୟଭାର ବୃଦ୍ଧି ପାଇବ। ଆମ ସମ୍ମୁଖରେ ଆଉ ଏକ ଆବେଦନ ମଧ୍ୟ ଅଛି ଯାହା ଏହି ଆବେଦନଗୁଡ଼ିକ ଉପରେ ସ୍ଥଗିତାଦେଶ ଚାହୁଁଛି।’ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୃଣମୂଳ କଂଗ୍ରେସ ନେତା ଏବଂ ଆଇନଜୀବୀ କଲ୍ୟାଣ ବାନାର୍ଜୀ ମାମଲା ଉପରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ଯୁକ୍ତି ଦର୍ଶାଇଥିଲେ ଯେ ଅତି କମରେ ୧୬ ଲକ୍ଷ ଆବେଦନ ଦାଖଲ ହୋଇଛି, ଏବଂ ସେମାନଙ୍କୁ ଏହି ମାସ ଶେଷରେ ହେବାକୁ ଥିବା ଦୁଇଟି ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟ ଦେବା ପାଇଁ ଅନୁମତି ଦିଆଯିବା ଉଚିତ। ଏହାର ଜବାବରେ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, ଏହା ତ କେବେ ବି ସମ୍ଭବ ନୁହେଁ। ଯଦି ଆମକୁ ଏହାର ଅନୁମତି ଦିଅନ୍ତି, ତେବେ ଏଥିରେ ସାମିଲ ଲୋକଙ୍କୁ ଭୋଟ ଦେବାର ଅଧିକାରରୁ ରୋକିବାକୁ ପଡିବ।’ କଲ୍ୟାଣ ବାନାର୍ଜୀ କହିଛନ୍ତି , ବଙ୍ଗଳାର ଲୋକମାନେ ନ୍ୟାୟ ପାଇଁ ଏହି କୋର୍ଟକୁ ଚାହିଁ ରହିଛନ୍ତି। ସେମାନେ ସେମାନଙ୍କର ମତଦାନ ଅଧିକାର ପ୍ରୟୋଗ କରିବାକୁ ଚାହୁଁଛନ୍ତି। ୩୪ ଲକ୍ଷ ଲୋକ ପ୍ରକୃତ ଭୋଟର, ତେଣୁ ସେମାନେ ନ୍ୟାୟ ପାଇଁ ଆପଣଙ୍କୁ ଚାହିଁ ରହିଛନ୍ତି। ଟିଏମସି ତର୍କ ଦେଇଛି ଯେ, ସେହି ସବୁ ବ୍ୟକ୍ତିଙ୍କୁ ମତଦାନ କରିବାର ଅନୁମତି ଦେବା ଦରକାର, ଯାହାଙ୍କ ନାଁ ୨୨ ଏପ୍ରିଲ ପର୍ଯ୍ୟନ୍ତ ଆପିଲେଟ୍ ଟ୍ରିବ୍ୟୁନାଲ୍ ଦ୍ୱାରା ଗୃହୀତ କରାଯାଇଛି।

    ଏହି ମାମଲାର ଶୁଣାଣି କରି ସିଜେଆଇ କହିଛନ୍ତି, ଆମକୁ କୋଲକାତା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଚିଠି ମିଳିଛି। ସେ ଅପଡେଟ୍ ଦେଇଛନ୍ତି ଯେ, ୬୦ ଲକ୍ଷରୁ ୬ ହଜାର ୬୭୫ ଆପତ୍ତି ଓ ଆବେଦନର ସମାଧାନ ହୋଇଛି। ତାଙ୍କ ପାଖରେ ପ୍ରାୟ ୧୮୨୩ ଅଭିଯୋଗ ଉପରେ ନିଷ୍ପତ୍ତି ନିଆଯିବା ବାକି ରହିଛି। ତା ଭିତରେ ଟେକ୍ନିକାଲ ସମସ୍ୟା ରହିଛି। କୋଲକାତା ହାଇକୋର୍ଟର ଚିଫ୍ ଜଷ୍ଟିସ୍ ଅପଡେଟ୍ ଦେଇଛନ୍ତି ଯେ, ସେ ଟ୍ରିବ୍ୟୁନାଲ ଦ୍ବାରା ଗ୍ରହଣ କରାଯାଇଥିବା ପକ୍ରିୟା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟଙ୍କ ତିନି ଅବସରପ୍ରାପ୍ତ ବିଚାରପତିଙ୍କ ଏକ କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଆମେ ଭାରତ ସରକାର ଓ ନିର୍ବାଚନ କମିଶନଙ୍କ ସହିତ ରାଜ୍ୟ ସରକାରଙ୍କୁ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛୁ ଯେ, ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ଉପରେ ଯେପରି କୌଣସି ବିପଦ ନପଡେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook