Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୋଟ ଦେବା ବା ନିର୍ବାଚନ ଲଢ଼ିବା ମୌଳିକ ଅଧିକାର ନୁହେଁ : ସୁପ୍ରିମକୋର୍ଟ

    Share on :
    ajab-Image
    Date: Apr 12, 2026    Views: 2486

    ନୂଆଦିଲ୍ଲୀ: ଭୋଟ୍ ଦେବା ଅଧିକାର ବା ନିର୍ବାଚନ ଲଢ଼ିବାର ଅଧିକାର କୌଣସି ମୌଳିକ ଅଧିକାର ନୁହେଁ। ଉଭୟ ବୈଧାନିକ ଅଧିକାର ଏବଂ ଏହି ଦୁଇ ଅଧିକାର ମଧ୍ୟରେ ବହୁତ ପାର୍ଥକ୍ୟ ରହିଥିବା ସୁପ୍ରିମକୋର୍ଟ ନିଜ ରାୟରେ ଶୁଣାଇଛନ୍ତି। ରାଜସ୍ଥାନର ଡିଷ୍ଟ୍ରିକ୍ଟ ମିଲ୍କAQA ୟୁନିୟନ୍ ସମ୍ପର୍କିତ ଏକ ବିବାଦର ଶୁଣାଣି ସମୟରେ ଜଷ୍ଟିସ୍ ବିଭି ନାଗରତ୍ନା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କ ପୀଠ ଏହି ନିଷ୍ପତ୍ତିର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ମତଦାନ ନିର୍ବାଚନ ପ୍ରକ୍ରିୟାରେ ଭାଗୀଦାରି ସୁନିଶ୍ଚିତ ହୋଇଥାଏ। ନିର୍ବାଚନ ଲଢିବାର ଅଧିକାର ଏହାଠୁ ଭିନ୍ନ। ନିର୍ବାଚନ ଲଢିବା ଅଧିକ କଡା ନିୟମ ଅଧୀନରେ ଆସିଥାଏ,ଯେଉଁଥିରେ ଯୋଗ୍ୟତା, ଅଯୋଗ୍ୟତା ଓ ସଂସ୍ଥାଗତ ଆବଶ୍ୟକତା ସାମିଲ।

    ଏହି ମାମଲା ରାଜସ୍ଥାନର ଜିଲା ଦୁଗ୍ଧ ଉତ୍ପାଦକ ସହକାରୀ ସଂଘର ନିର୍ବାଚନ ନିୟମ ସହ ଜଡ଼ିତ। ଏହି ସଂଘ ୩ ସ୍ତରୀୟ ବ୍ୟବସ୍ଥାରେ ପରିଚାଳିତ ହୋଇଥାଏ। ସଂଘର ପ୍ରାର୍ଥୀଙ୍କ ଯୋଗ୍ୟତା ନିର୍ଦ୍ଧାରିତ କରିବା ପାଇଁ ବାଏ-ଲଜ୍ ପ୍ରସ୍ତୁତ ହୋଇଛି। ଏଥିରେ ସର୍ବନିମ୍ନ ଦିନ ଓ ଦୁଗ୍ଧ ଯୋଗାଣର ଗୁଣବତ୍ତା, ସଂଘର କାର୍ଯ୍ୟ ଓ ସ୍ଥିତି ଓ ଅଡିଟ୍ ସାମିଲ। କିଛି ପ୍ରାଥମିକ ସହକାରୀ ସଂଘ ଏହି ନିୟମକୁ ଅନୁଚିତ ଓ ଆଇନ ପରିସର ବାହାରେ ଦର୍ଶାଇ ରାଜସ୍ଥାନ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ୨୦୧୫ରେ ହାଇକୋର୍ଟଙ୍କ ସିଙ୍ଗଲ ବେଞ୍ଚ ବାଏ-ଲଜକୁ ରଦ୍ଦ କରିଦେଲେ; କିନ୍ତୁ ପୂର୍ବର ନିର୍ବାଚନକୁ କାଏମ ରଖିଲେ। ୨୦୨୨ରେ ଡିଭିଜନ ବେଞ୍ଚ ମଧ୍ୟ ସେହି ନିଷ୍ପତ୍ତିକୁ ବଜାୟ ରଖିଲେ। ଏହା ପରେ କିଛି ଦଳ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ତର୍କରେ ଅସହମତି ଦର୍ଶାଇଥିଲେ। ଏହା ସହ ରିଟ୍ ଯାଚିକାକୁ ସ୍ବୀକାର କରିବା ଉପରେ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ।

    ସୁପ୍ରିମକୋର୍ଟଙ୍କ ଅନୁସାରେ ଭୋଟ ଦେବା ଓ ନିର୍ବାଚନ ଲଢ଼ିବା ଅଧିକାର ମୌଳିକ ଅଧିକାର ନୁହେଁ, ବରଂ ବୈଧାନିକ ବ୍ୟବସ୍ଥାର ଅଂଶ। ଜନପ୍ରତିନିଧି ଆଇନ ୧୯୫୦ ଓ ୧୯୫୧ ଏହା ନିର୍ଦ୍ଧାରିତ କରିଥାଏ କି ଭୋଟ କିଏ ଦେଇପାରିବ, କିଏ ନିର୍ବାଚନରେ ଛିଡ଼ା ହୋଇପାରିବ ଏବଂ କାହାକୁ ଏହି ଅଧିକାରରୁ ଅଯୋଗ୍ୟ ସାବ୍ୟସ୍ତ କରାଯିବ। ଅଧିକାର ନିମନ୍ତେ ବୟସ, ନାଗରିକତା ବା ଆପରାଧିକ ବ୍ୟାକଗ୍ରାଉଣ୍ଡ ନିର୍ଦ୍ଧାରିତ ହୋଇଥାଏ। ସ୍ଥାନୀୟ ନିଗମ ଓ ସହକାରୀ ସଂଘରେ ମଧ୍ୟ ରାଜ୍ୟର ଆଇନ ଓ ବାଏ-ଲଜ୍ ଅନୁସାରେ ଏହି ନିୟମ ଲାଗୁ ହୋଇଥାଏ। ସରକାର ଏହି ଅଧିକାର ଗୁଡିକ ପାଇଁ ଉଚିତ୍ ସର୍ତ୍ତ ଲଗାଇପାରନ୍ତି । ଯେବେ ଏହା ଅନ୍ୟାୟପୂର୍ଣ୍ଣ ହୋଇଥାଏ ବା ସମ୍ବିଧାନର ମୂଳ ସିଦ୍ଧାନ୍ତର ଉଲ୍ଲଙ୍ଘନ ହୋଇଥାଏ ସେବେ କୋର୍ଟ ଏଥିରେ ହସ୍ତକ୍ଷେପ କରିଥାନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook