Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପିରିୟଡ ସମୟରେ ମହିଳାଙ୍କୁ ପେଡ୍‌ ଲିଭ୍‌ ଆବେଦନ ଖାରଜ

    Share on :
    ajab-Image
    Date: Mar 14, 2026    Views: 2456

    ନୂଆଦିଲ୍ଲୀ : ପିରିୟଡ ସମୟରେ ମହିଳାଙ୍କୁ ପେଡ୍‌ ଲିଭ୍‌ ଆବେଦନ ଖାରଜ। ସାରା ଦେଶରେ କର୍ମଜୀବୀ ମହିଳାଙ୍କୁ ପିରିୟଡ୍‌ ସମୟରେ ପେଡ୍‌ ଲିଭ୍‌ ଦାବି ଖାରଜ କଲେ ସୁପ୍ରିମକୋର୍ଟ। କହିଲେ ଏଭଳି ହେଲେ ମହିଳାଙ୍କୁ କେହି କାମ ଦେବେନାହିଁ। ଏଭଳି କଡ଼ାକଡ଼ି ଆଇନ କରାଗଲେ ମହିଳାଙ୍କ ରୋଜଗାର ଉପରେ ବୀପରିତ ପ୍ରଭାବ ପଡିପାରେ । ନିଯୁକ୍ତିଦାତାମାନେ ମହିଳାଙ୍କୁ ଚାକିରି ଦେବା ନେଇ ଦ୍ୱିଧାବୋଧ କରିପାରନ୍ତି ।ପିରିୟଡ ସମୟରେ ମହିଳାଙ୍କୁ ପେଡ୍‌ ଲିଭ୍‌ ଦାବି ନେଇ ଦାଖଲ ଏକ ଆବେଦନ ସଂପର୍କରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏପରି ଛୁଟିର ସମ୍ଭାବିତ ସାମାଜିକ ପରିଣାମ ସଂପର୍କରେ ଚିନ୍ତା ବ୍ୟକ୍ତ କରି କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ସମୟରେ କୋର୍ଟ କହିଛନ୍ତି, ଯଦି କୌଣସି କମ୍ପାନି ସ୍ୱେଚ୍ଛାକୃତ ଭାବେ ପିରିୟଡ୍‌ ସମୟରେ ମହିଳାଙ୍କୁ ଛୁଟି ଦେଉଛି ତେବେ ତାହା ଭଲ କଥା । କିନ୍ତୁ ଯଦି ଏହାକୁ ଆଇନ ରୂପରେ କଡାକଡି ଲାଗୁ କରାଯାଏ ତେବେ ଏହାର ଅନ୍ୟ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଏଥିନେଇ ଆଇନ କରାଗଲେ ନିଯୁକ୍ତିଦାତାମାନେ ମହିଳାଙ୍କୁ ଚାକିରି ଦେବା ନେଇ ଦ୍ୱିଧାବୋଧ କରିପାରନ୍ତି । ଏପରିହେଲେ କାର୍ଯ୍ୟସ୍ଥଳରେ ମହିଳାଙ୍କ ଭାଗିଦାରି କମିଯିବ । ଫଳତଃ ସେମାନଙ୍କ କ୍ୟାରିୟର ଶେଷ ହୋଇଯିବ ।

    ମହିଳାଙ୍କୁ ପେଡ୍‌ ପିରିୟଡ୍‌ ଲିଭ୍‌ ଦେବା ନେଇ ଓକିଲ ଶୈଳେନ୍ଦ୍ର ମଣି ତ୍ରିପାଠୀ ଏହି ଆବେଦନ କରିଥିଲେ । ତାର ଶୁଣାଣି କରି ସିଜେଆଇ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ କହିଛନ୍ତି, ଏଭଳି ଆବେଦନ ଭୟସୃଷ୍ଟି, ମହିଳାଙ୍କୁ ହୀନ ଦେଖାଇବା ଲାଗି, ପିରିୟଡ୍‌ ସେମାନଙ୍କ ସହ ହେଉଥିବା ଏକ ଖରାପ କଥା ବୋଲି ଦର୍ଶାଇବାକୁ କରାଯାଇଛି । ଏହାଦ୍ୱାରା ଅଜାଣତରେ ମହିଳାଙ୍କ ସଂପର୍କରେ ପ୍ରଚଳିତ ଥିବା ଋଢ଼ି ଆହୁରି ମଜଭୁତ ହୋଇପାରେ । ମହିଳାଙ୍କ ପ୍ରତି ସକାରାତ୍ମକ ପଦକ୍ଷେପ ସାମ୍ବିଧାନିକ ଭାବେ ସ୍ୱୀକୃତିପ୍ରାପ୍ତ । କିନ୍ତୁ ସେହି ନିଯୁକ୍ତିଦାତାଙ୍କ ସଂପର୍କରେ ଚିନ୍ତା କରନ୍ତୁ ଯାହାଙ୍କୁ ସବୈତନିକ ଛୁଟି ଦେବାକୁ ହେବ । ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ଏମ.ଆର ଶମଶାଦ କିଛି ରାଜ୍ୟ ଏବଂ ସଂସ୍ଥାନ ପିରିୟଡ୍‌ ଲିଭ୍‌ ସୁବିଧା ଦେବାକୁ ପୂର୍ବରୁ ପଦକ୍ଷେପ ନେଇସାରିଛନ୍ତି ବୋଲି ଦର୍ଶାଇଥିଲେ । ଏହାପରେ ସିଜେଆଇ କହିଥିଲେ ଯେ, ସେଚ୍ଛାକୃତ ଛୁଟି ଦେବା ବହୁତ ଭଲ କଥା । କିନ୍ତୁ ଯେତେବେଳେ ଏହା ଆଇନ ଅନୁସାରେ ଅନିବାର୍ଯ୍ୟ ବୋଲି ଆପଣ କହିବେ ସେତେବେଳେ ମହିଳାଙ୍କୁ କେହି ଚାକିରି ଦେବେନାହିଁ । ସେମାନଙ୍କୁ ସରକାରୀ ଚାକିରି ଏପରିକି ନ୍ୟାୟପାଳିକାର ଚାକିରିରେ ରଖାଯିବ ନାହିଁ । ଫଳରେ ମହିଳାଙ୍କ କ୍ୟାରିୟର ଶେଷ ହୋଇଯିବ । ଏପରିସ୍ଥଳେ ୨୦୨୩ ଫେବ୍ରୁଆରୀ ୨୪ ଏବଂ ୨୦୨୪ ଜୁଲାଇ ୮ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଆଧାର କରି ଏକ ନୀତି ପ୍ରସ୍ତୁତ କରିବାକୁ ଆମେ ସମ୍ବନ୍ଧିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛୁ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook