Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେନ୍ଦ୍ର କର୍ମଚାରୀଙ୍କ ଦୁର୍ନୀତିର ତଦନ୍ତ କରିପାରିବ ରାଜ୍ୟ: ସୁପ୍ରିମକୋର୍ଟ

    Share on :
    ajab-Image
    Date: Jan 21, 2026    Views: 3812

    ନୂଆଦିଲ୍ଲୀ: କେନ୍ଦ୍ର  କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ମାମଲା  ନେଇ ରାଜ୍ୟ ପୁଲିସକୁ ଯାଞ୍ଚ କରିବାର  ପୂରା ଅଧିକାର ରହିଛି । ଯାଞ୍ଚ ଶେଷ  କରିବା ପରେ ରାଜ୍ୟ ପୁଲିସ ଚାର୍ଜସିଟ୍‌  ମଧ୍ୟ ଦାଖଲ କରିପାରିବ । ସେହିପରି  କେନ୍ଦ୍ର କର୍ମଚାରୀଙ୍କ ବିରୋଧରେ  ମାମଲା ପୂର୍ବରୁ ରାଜ୍ୟ ପୁଲିସକୁ  ସିବିଆଇଠାରୁ ପୂର୍ବ ଅନୁମତି  ଆଣିବାର ଆବଶ୍ୟକତା ନାହିଁ ।  ଦୁର୍ନୀତି ନିବାରଣ ଅଧିନିୟମ  ସହ ସମ୍ବନ୍ଧିତ ଏକ ମାମଲାର  ଶୁଣାଣି ସମୟରେ  ସୁପ୍ରିମକୋର୍ଟ ସୋମବାର  ଏହି ଗୁରୁତ୍ୱପୂର୍ଣ୍ଣ ରାୟ  ଦେଇଛନ୍ତି ।
    ଜଷ୍ଟିସ୍‌ ଜେବି ପାରଦିୱାଲା ଏବଂ ଜଷ୍ଟିସ୍‌ ସତୀଶ  ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି  ହୋଇଥିଲା । ଏହି ସମୟରେ ଖଣ୍ଡପୀଠ କହିଥିଲେ  ଯେ, ଦୁର୍ନୀତି ନିବାରଣ ଅଧିନିୟମ ଅନୁସାରେ  ଅପରାଧର ଯାଞ୍ଚ ରାଜ୍ୟ ଏଜେନ୍ସି କିମ୍ବା କେନ୍ଦ୍ରୀୟ  ଏଜେନ୍ସି କିମ୍ବା କୌଣସି ପୁଲିସ ଏଜେନ୍ସି ଦ୍ୱାରା  କରାଯାଇପାରିବ । ସର୍ତ୍ତ ହେଲା ପୁଲିସ ଅଧିକାରୀ  ଏକ ବିଶେଷ ର‌୍ୟାଙ୍କ୍‌ର ହେବା ଆବଶ୍ୟକ ।  ଏଥିନେଇ ଅଧିନିୟମର ଧାରା ୧୭ରେ ଉଲ୍ଲେଖ  ରହିଛି । ଧାରା ୧୭ ରାଜ୍ୟ ପୁଲିସ କିମ୍ବା ରାଜ୍ୟର  କୌଣସି ବିଶେଷ ଏଜେନ୍ସିକୁ କେନ୍ଦ୍ର ସରକାରଙ୍କ  କର୍ମଚାରୀଙ୍କ ବିରୋଧରେ ଲାଞ୍ଚ, ଦୁର୍ନୀତି, କଦାଚାର  ସମ୍ବନ୍ଧୀୟ ମାମଲା ରୁଜୁ କରିବା କିମ୍ବା ଯାଞ୍ଚ କରିବାରୁ  ରୋକେ ନାହିଁ । କାମରେ ସୁବିଧା ହେବାକୁ  ସିବିଆଇକୁ କେନ୍ଦ୍ର କର୍ମଚାରୀଙ୍କ ବିରୋଧରେ  ଦୁର୍ନୀତି ଏବଂ ଲାଞ୍ଚ ମାମଲାର ତଦନ୍ତ କରିବାର  ଦାୟିତ୍ୱ ଦିଆଯାଇଛି । 
    ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର  ତଦନ୍ତକାରୀ ସଂସ୍ଥା ଦୁର୍ନୀତି ନିରୋଧୀ ବ୍ୟୁରୋକୁ  ରାଜ୍ୟ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଏବଂ  ଲାଞ୍ଚ ମାମଲାର ତଦନ୍ତ ଦାୟିତ୍ୱ ମିଳିଛି । ଦୁର୍ନୀତି  ନିବାରଣ ଆଇନ ଅନୁସାରେ ମାମଲାଗୁଡି଼କ  ଗମ୍ଭୀର ଶ୍ରେଣୀର ହୋଇଥାଏ । ତେଣୁ ରାଜ୍ୟ  ପୁଲିସ ଏହାର ଯାଞ୍ଚ କରିପାରିବ । ଏଥିସହ କେନ୍ଦ୍ର  ସରକାରଙ୍କ ଜଣେ କର୍ମଚାରୀଙ୍କ ବିରୋଧରେ  ଦୁର୍ନୀତି ମାମଲାକୁ ରଦ୍ଦ କରିବାକୁ ମନା କରିବା  ନେଇ ରାଜସ୍ଥାନ ହାଇକୋର୍ଟ ଦେଇଥିବା ରାୟକୁ  ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି ।  ନିଜ ରାୟରେ ରାଜସ୍ଥାନ ହାଇକୋର୍ଟ କହିଥିଲେ  ଯେ, ଅଭିଯୁକ୍ତ କେନ୍ଦ୍ର ସରକାରଙ୍କ କର୍ମଚାରୀ ।  କିନ୍ତୁ ରାଜସ୍ଥାନ ଦୁର୍ନୀତି ନିରୋଧୀ ବ୍ୟୁରୋ ଦୁର୍ନୀତି  ନିବାରଣ ଅଧିନିୟମର ପ୍ରାବଧାନ ଅନୁସାରେ  ଅପରାଧିକ ମାମଲା ରୁଜୁ କରିଛି । ତେଣୁ  ଏଜେନ୍ସିକୁ ମାମଲାର ତଦନ୍ତ ନେଇ ପୂରା ଅଧିକାର  ରହିଛି । ଏହି ସମୟରେ ସିବିଆଇ ନିକଟରୁ  ଅନୁମତି ନ ମିଳିବା ଯାଏ ମାମଲାକୁ ଆଗକୁ  ବଢ଼ାଯାଇପାରିବ ନାହିଁ ବୋଲି ଦର୍ଶାଯାଇଥିବା  ତର୍କକୁ ହାଇକୋର୍ଟ ଖାରଜ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook