Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇସିଆଇଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ: ଚିଠା ତାଲିକାରୁ ବାଦ୍‌ ଭୋଟରଙ୍କ ନାମ ପ୍ରକାଶ କର

    Share on :
    ajab-Image
    Date: Jan 20, 2026    Views: 3548

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ସମୟରେ ଚିଠା ଭୋଟର ତାଲିକାରୁ ବାଦ୍‌ ପଡିଥିବା ୧.୨୫ କୋଟି ଭୋଟରଙ୍କ ନାମ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ତ୍ବାଧୀନ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ବିଚାରପତି ପୀଠ ସୋମବାର ଏହି ନିର୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ଏସଆଇଆର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ନେଇ ହୋଇଥିବା ଅଭିଯୋଗ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ତେଣୁ ଯେଉଁମାନଙ୍କ ନାମ ଚିଠା ତାଲିକାରୁ ବାଦ୍ ପଡିଛି ସେମାନଙ୍କ ନାମ ତାଲିକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଓ ୱାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ପ୍ରକାଶ କରିବାକୁ କୁହାଯାଇଛି।

    ଯେଉଁମାନଙ୍କ ନାମ ବାଦ୍‌ ପଡିଛି ସେମାନଙ୍କ ନାମ ସଂଯୋଗ କରିବା ଲାଗି କି ପ୍ରକାର କାଗଜପତ୍ର ଦାଖଲ କରିବାକୁ ପଡିବ ତାହା ଇସିଆଇ ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ। ଆଉ ଏହିସବୁ କାଗଜପତ୍ର ଦାଖଲ କରିବା ଲାଗି ଭୋଟରଙ୍କୁ ଆବଶ୍ୟକ ସହଯୋଗ କରିବାକୁ ପର୍ଯ୍ୟାପ୍ତ କର୍ମଚାରୀ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବାଦ୍‌ ପଡିଥିବା ଯେଉଁ ଭୋଟରମାନେ ନିଜର କାଗଜପତ୍ର ଦାଖଲ କରିନାହାନ୍ତି ସେମାନେ ଆଗାମୀ ୧୦ଦିନ ମଧ୍ୟରେ କାଗଜପତ୍ର ଦାଖଲ କରିବେ। ପଶ୍ଚିମବଙ୍ଗ ଏସଆଇଆର ବେଳେ ‘ଲିଗାଲ ଡିସ୍‌କ୍ରିପାନ୍ସି’ କାରଣରୁ ୧.୨ କୋଟି ଭୋଟରଙ୍କ ନାମ ଚିଠା ତାଲିକାରୁ ବାଦ୍ ପଡିଥିବା ଜଣାଯାଇଛି। ଚିଠା ତାଲିକାରୁ ବାଦ୍ ପଡିଥିବା ଭୋଟରମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ଦାଖଲ କରିବାର ସମୟ ସୀମା ରହିଛି। ଫେବୃୃଆରୀ ୧୪ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook