Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆରାବଳୀ ପର୍ବତମାଳାରେ ନୂଆ ଖଣି ଲିଜ୍‌କୁ ନିଷିଦ୍ଧ

    Share on :
    ajab-Image
    Date: Nov 22, 2025    Views: 2692

    ନୂଆଦିଲ୍ଲୀ: ଆରାବଳୀ ପର୍ବତମାଳା ଅଞ୍ଚଳରେ ନୂଆ ଖଣି ଲିଜ୍‌କୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଗୁରୁବାର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବାଧୀନ ପୀଠ ଦେଇଥିବା ନିର୍ଦେଶ ଅନୁଯାୟୀ ଆରାବଳୀ ପର୍ବତ ଓ ଏହାର ସଂଲଗ୍ନ ପର୍ବତମାଳାରେ ନୂଆ ଖଣି ଖନନ ପାଇଁ କୌଣସି ଲିଜ୍ ଦିଆଯାଇପାରିବ ନାହିଁ। ତେବେ ଯେଉଁସବୁ ଖଣିକୁ ପୂର୍ବରୁ ଲିଜ୍‌ ଦିଆଯାଇଛି ସେଗୁଡିକ ଖନନ କାର୍ୟ୍ୟ ଜାରି ରଖିବେ। ଜଙ୍ଗଲ ଓ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ସୁପ୍ରିମକୋର୍ଟ ଏପରି ନିର୍ଦେଶ ଦେଇଛନ୍ତି। ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଗୁଜରାଟକୁ ବ୍ୟାପିଥିବା ଆରାବଳୀ ପର୍ବତମାଳାର ଲମ୍ବ ପ୍ରାୟ ୬୭୦ କିମି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook