Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାୟୁ ପ୍ରଦୂଷଣ ରୋକିବାକୁ ୩ ସପ୍ତାହରେ ଯୋଜନା କର: ସୁପ୍ରିମକୋର୍ଟ

    Share on :
    ajab-Image
    Date: Sep 18, 2025    Views: 3035

    ନୂଆଦିଲ୍ଲୀ: ପାର୍ବଣ ଆରମ୍ଭ ସହ ଶୀତଋତୁର ଆଗମନ ହେବାକୁ ଯାଉଛି। ଏହି ସମୟରେ ପ୍ରଦୂଷଣର ମାତ୍ରା ଅଧିକ ରହିଥାଏ। ବିଶେଷକରି ସହରାଞ୍ଚଳରେ ବାୟୁ ପ୍ରଦୂଷଣ ସାଙ୍ଗକୁ ମୁକ୍ତବାୟୁର ଅଭାବ ଲୋକଙ୍କ ପାଇଁ ନାନା ରୋଗକୁ ଡାକିଆଣିଥାଏ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୁଧବାର ୩ ସପ୍ତାହ ମଧ୍ୟରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବାକୁ କମିଶନ୍‌ ଫର୍‌ ଏୟାର କ୍ୱାଲିଟି ମ୍ୟାନେଜ୍‌ମେଣ୍ଟ (ସିଏକ୍ୟୁଏମ୍‌), କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

    ଉପରୋକ୍ତ ପ୍ରଦୂଷଣ ନିରୋଧୀ ସଂସ୍ଥାଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ ସମ୍ପର୍କିତ ଏକ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଶୁଣାଣି କରି ଏଥିରେ ବିଳମ୍ବକୁ ନେଇ ଭର୍ତ୍ସନା କରିଛନ୍ତି। ସିଏକ୍ୟୁଏମ୍‌ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବୈଧାନିକ ସଂସ୍ଥା। ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ସମେତ ଏହାର ପାର୍ଶ୍ୱବର୍ତ୍ତୀ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ସହ ଏଥିରେ ସୁଧାର ଆଣିବା ହେଉଛି ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ। ସିଜେଆଇ ବି.ଆର୍‌. ଗବଇ ଓ ଜଷ୍ଟିସ୍‌ କେ. ବିନୋଦ ଚନ୍ଦ୍ରନ୍‌ଙ୍କ ଖଣ୍ଡପୀଠ ଏହା ଉପରେ ଶୁଣାଣି ବେଳେ ଏହି ରାଜ୍ୟଗୁଡ଼ିକୁ ୩ ମାସ ମଧ୍ୟରେ ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସିଏକ୍ୟୁଏମ୍‌, ସିପିସିବି ଏବଂ ରାଜ୍ୟ ବୋର୍ଡଗୁଡ଼ିକୁ ପଦୋନ୍ନତିଭିତ୍ତିକ ପଦବୀ ପୂରଣ ପାଇଁ ୬ ମାସ ସମୟ ଦିଆଯାଇଛି। ବର୍ତ୍ତମାନ ହରିୟାଣା, ପଞ୍ଜାବ, ୟୁପି ଓ ରାଜସ୍ଥାନ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଯଥାକ୍ରମେ ୪୪, ୪୩, ୧୬୬ ଓ ୨୫୯ ପଦବୀ ଖାଲି ପଡ଼ିଛି। ଏଭଳି ସ୍ଥିତିରେ ପ୍ରଦୂଷଣ ନିୟନ୍ତ୍ରଣ ନୀତିକୁ କାର୍ୟ୍ୟକାରୀ କରାଇବା ସମ୍ଭବପର ନୁହେଁ ବୋଲି ଅଦାଲତ ଚିନ୍ତାବ୍ୟକ୍ତ କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook