ମୁଖ୍ୟ ଖବର
ନୂଆଦିଲ୍ଲୀ: ୱାକଫ(ସଂଶୋଧନ) ଆଇନ-୨୦୨୫ ଉପରେ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ୱାକଫ ମୁସଲମାନଙ୍କ କୌଣସି ଧାର୍ମିକ ସଂସ୍ଥା ନୁହେଁ ବରଂ ବୈଧାନିକ ରିଷଦ । ୱାକଫ ଆଇନ ସମ୍ପୁର୍ଣ୍ଣ ଭାବେ ବୈଧ, ସାମ୍ବିଧାନିକ ଏବଂ ନ୍ୟାୟପୁର୍ଣ୍ଣ ପଦକ୍ଷେପ । ଅଦାଲତ ବୈଧାନିକ ପ୍ରାବଧନ ଉପରେ ରୋକ ଲଗାଇପାରିବେ ନାହିଁ । କୋର୍ଟ ସାମ୍ବିଧାନିକ ବୈଧତାର ସମୀକ୍ଷା କରିପାରିବେ ଏବଂ ନିର୍ଣ୍ଣୟ ଦେଇପାରିବେ । ଏହି ଆଇନରେ କାହାରି ମୌଳିକ ଅଧିକାର ଉଲଙ୍ଘନ ହେଉନାହିଁ । ତେଣୁ ଏହା ବିରୋଧରେ ଦାଏର ହୋଇଥିବା ସମସ୍ତ ପିଟିସନ ଖାରଜ କରାଯାଉ ବୋଲି କେନ୍ଦ୍ର ସରକାର ଦାବି କରିଛନ୍ତି । ସତ୍ୟପାଠରେ ଉଲ୍ଲେଖ କରାଯାଇଛି, ୱାକଫ ସଂଶୋଧନ ଆଇନ ବିରୋଧରେ ଭ୍ରାନ୍ତ ଧାରଣା ପ୍ରସାର କରାଯାଉଛି । ଏଥିରେ କାହାରି ଧାର୍ମିକ ଅଧିକାର ଉଲ୍ଲଙ୍ଘନ ହେଉନାହିଁ । କେବଳ ୱାକଫ ସମ୍ପତ୍ତିର ସୁପରିଚାଳନା ଏବଂ ପାରିଦର୍ଶିତା ସୁନିଶ୍ଚିତ କରିବା ଲାଗି ଆଇନରେ କେତେକ ପରିବର୍ତ୍ତନ କରାଯାଇଛି । ବ୍ୟକ୍ତିଗତ ଏବଂ ସରକାରୀ ସମ୍ପତ୍ତିର ଦୁରୁପଯୋଗ ରୋକିବା ଲାଗି ପ୍ରାବଧନ ଅଣାଯାଇଛି । ସଂସଦ ଦ୍ୱାରା ଗୃହୀତ ଆଇନ ସାମ୍ବିଧାନିକ ରୂେ ବୈଧ ହୋଇଥାଏ, ବିଶେଷ କରି ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ସୁପାରିସ ଏବଂ ସଂସଦରେ ବ୍ୟାପକ ଆଲୋଚନା ପରେ ଗୃହୀତ ହୋଇଥିବା ଆଇନ ବୋଲି କେନ୍ଦ୍ର କହିଛି । ପ୍ରକାଶଥାଉ କି ଗତ ଶୁଣାଣୀରେ ୱାକଫ ଆଇନ ବିରୋଧରେ ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ।
Comments ସମସ୍ତ ମତାମତ