Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨୦୦୦ ନୋଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ

    Share on :
    ajab-Image
    Date: Jun 1, 2023    Views: 5414

    ନୂଆଦିଲ୍ଲୀ : ପରିଚୟ ପତ୍ର ନ ଦେଖାଇ ୨ ହଜାର ଟଙ୍କିଆ ନୋଟ୍‌ ବିନିମୟ ବିରୋଧରେ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ ଏହା ଏକ ବିଷୟ ନୁହେଁ ଯାହାକୁ ତୁରନ୍ତ ଶୁଣାଣି କରିବା ଆବଶ୍ୟକ । ଗ୍ରୀଷ୍ମ ଛୁଟି ପରେ ଆବେଦନକାରୀ ପ୍ରଧାନ ବିଚାରପତିଙ୍କଠାରୁ ଶୁଣାଣି ପାଇଁ ଅନୁରୋଧ କରିବେ । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।

    ଆବେଦନକାରୀ କହିଛନ୍ତି ଯେ ଟଙ୍କା ବଦଳାଇବା ପାଇଁ ଆସୁଥିବା ଲୋକଙ୍କର ପରିଚୟ ପତ୍ର ଯାଞ୍ଚ କରିବା ଏକାନ୍ତ ଆବଶ୍ୟକ । ନଚେତ୍‌ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମଧ୍ୟ ଏହାଦ୍ୱାରା ଉପକୃତ ହେବେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook