ମୁଖ୍ୟ ଖବର
ଆଜିକାଲି ସନ୍ସ୍କ୍ରିନ କିଣିବା ବହୁତ ସହଜ । ବଜାରରେ ବିଭିନ୍ନ ବ୍ରାଣ୍ଡର ସନ୍ସ୍କ୍ରିନ ମିଳିଥାଏ । ହେଲେ ଏଥିରେ ଥିବା କେମିକାଲ ତ୍ବଚା ଉପରେ କୁପ୍ରଭାବ ପକାଇଥାଏ । ଏହାର ବିକଳ୍ପରେ ଏକ ପ୍ରାକୃତିକ ସନ୍ସ୍କ୍ରିନ୍ ପ୍ରସ୍ତୁତ କରି ବ୍ୟବହାର କରିହେବ । ଏଥିରେ ମୁଖ୍ୟ ଉପାଦାନ ଭାବେ ଆଲୋଭେରାର ବ୍ୟବହାର କରାଯାଇଛି । ଏହା କେବଳ ତ୍ବଚାକୁ ପୋଷକ ତତ୍ତ୍ବ ପ୍ରଦାନ କରେ ତାହା ନୁହେଁ ବରଂ ଏହା ସୂର୍ଯ୍ୟର ଅତିବାଇଗଣୀ ରଶ୍ମୀରୁ ମଧ୍ୟ ରକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ....
ଆଲୋଭେରା ସନ୍ସ୍କ୍ରିନ ପାଇଁ ଆବଶ୍ୟକ ସାମଗ୍ରୀ
ପ୍ରାକୃତିକ ଆଲୋଭେରା ସନ୍ସ୍କ୍ରିନ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କିଛି ସାଧାରଣ ସାମଗ୍ରୀର ଆବଶ୍ୟକତା ରହିଛି
2 ଚାମଚ ଆଲୋଭେରା ଜେଲ୍
1 ଚାମଚ ନଡିଆ ତେଲ
1 ଚାମଚ ବାଦାମ ତେଲ
ଅଧଚାମଚ ଜିଙ୍କ୍ ଅକ୍ସାଇଡ୍
5-6 ବୁନ୍ଦା ଲାଭେଣ୍ଡର କିମ୍ବା ଟି ଟ୍ରି ତେଲ
କେମିତି ତିଆରି କରିବେ:
ପ୍ରଥମେ ଏକ ସଫା ପାତ୍ର ନିଅନ୍ତୁ । ଏଥିରେ ଆଲୋଭେରା ଜେଲ୍ ସହିତ ନଡିଆ ତେଲ ଓ ଆଲମଣ୍ଡ ତେଲ ମିଶାନ୍ତୁ । ଏଥିରେ ଜିଙ୍କ୍ ଅକ୍ସାଇଡ୍ ମିଶାଇ ଭଲରେ ଗୋଳାଇ ନିଅନ୍ତୁ । ଏଥିରେ କୌଣସି ଟେଳା ସୃଷ୍ଟି ନ ହୁଏ ଧ୍ୟାନ ଦିଅନ୍ତୁ । ଶେଷରେ 5-6 ବୁନ୍ଦା ଲାଭେଣ୍ଡର କିମ୍ବା ଟି ଟ୍ରି ଏସେନ୍ସିଆଲ୍ ତେଲ ମିଶାଇ ନିଅନ୍ତୁ ।
କିପରି ବ୍ୟବହାର କରିବେ?
ପ୍ରସ୍ତୁତ ସନ୍ସ୍କ୍ରିନକୁ ଏକ ଏୟାର ଟାଇଟ୍ ଡବାରେ ଭର୍ତ୍ତି କରିନିଅନ୍ତୁ । ଖରାକୁ ଯିବା ଆଗରୁ ଏହି ସନ୍ସ୍କ୍ରିନକୁ ଶରୀରର ବିଭିନ୍ନ ସ୍ଥାନ ଓ ମୁହଁରେ ଲଗାନ୍ତୁ । ଘରୁ ବାହାରିବାର 15-20 ମିନିଟ୍ ପୂର୍ବରୁ ଏହାକୁ ଲଗାଇବା ଉଚିତ୍ । ଯାହା ଦ୍ବାରା ଏହା ତ୍ବଚାରେ ସଠିକ ଭାବେ ଲାଗିରହିଥାଏ ଏବଂ ଖରାରୁ ସୁରକ୍ଷା ଦେଇଥାଏ । ଆପଣ ଅଧିକ ସମୟ ପାଇଁ ଖରାରେ ରହୁଥିଲେ ଏହାକୁ ପ୍ରତି 2 ଘଣ୍ଟାରେ ଆଉ ଥରେ ଲଗାଇବା ଆବଶ୍ୟକ ।
ଆଲୋଭେରା ସନ୍ସ୍କ୍ରିନର ଲାଭ:
ଆଲୋଭେରାରୁ ପ୍ରସ୍ତୁତ ଏହି ସନ୍ସ୍କ୍ରିନ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଅଟେ । ଏହା ତ୍ବଚା ଉପରେ କୌଣସି କୁପ୍ରଭାବ ପକାଇନଥାଏ । ତ୍ବଚାରେ ଏହାକୁ ଲଗାଇଲେ ଥଣ୍ଡା ଅନୁଭୂତ ହୁଏ । ଏଥିରେ ଥିବା ପ୍ରାକୃତିକ ଉପାଦାନ ତ୍ବଚାକୁ ନରମ ରଖିବାରେ ସାହାଯ୍ୟ କରିଥାଏ । ଏହା ଦ୍ବାରା ତ୍ବଚା ଜଲଦି ଶୁଖିଯାଏ ନାହିଁ ।
ଯଦିଓ ଏହି ସନସ୍କ୍ରିନ୍ ପ୍ରାକୃତିକ, ତଥାପି ବ୍ୟବହାର କରିବା ପୂର୍ବରୁ ଏକ ପ୍ୟାଚ୍ ପରୀକ୍ଷା କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କ ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ, ତେବେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ । ଏହା ସହିତ, ଏହି ସନ୍ସ୍କ୍ରିନକୁ ଏକ ଥଣ୍ଡା ଏବଂ ଶୁଖିଲା ସ୍ଥାନରେ ରଖିବା ଆବଶ୍ୟକ । ଘରେ ତିଆରି ଆଲୋଭେରା ସନସ୍କ୍ରିନ୍ ସୂର୍ଯ୍ୟର କ୍ଷତିକାରକ ପ୍ରଭାବରୁ ଆପଣଙ୍କ ଚର୍ମକୁ ରକ୍ଷା କରିବା ପାଇଁ ଏକ ସହଜ, ସୁଲଭ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ । ନିୟମିତ ବ୍ୟବହାର ଦ୍ବାରା ଏହା ଆପଣଙ୍କ ଚର୍ମକୁ କେବଳ ସୁରକ୍ଷିତ ରଖିବ ନାହିଁ, ବରଂ ସୁସ୍ଥ ଏବଂ ଉଜ୍ଜ୍ୱଳ ମଧ୍ୟ କରାଇବ ।
Comments ସମସ୍ତ ମତାମତ