ମୁଖ୍ୟ ଖବର
ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ଶୁକ୍ରବାର ମ୍ୟାଚକୁ ୫ ୱିକେଟରେ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଓ ଅଧିକାରୀମାନେ ଉତ୍ସବ ପାଳନ ଲାଗି ମାଳଦ୍ୱିପ ଗସ୍ତ କରିଛନ୍ତିି । ସନରାଇଜର୍ସ ହାଇଦ୍ରାବାଦର ସାମାଜିକ ଗଣମାଧ୍ୟମ ଟିମ ଗୋଟିଏ ୩୫ ସେକେଣ୍ଡର ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଏହି ଭିଡିଓରେ ଖେଳାଳିମାନେ ମାଳଦ୍ୱିପର ସୁନ୍ଦର ବେଳାଭୂମିରେ ଛୁଟିକୁ ଖୁବ ଉପଭୋଗ କରୁଥିବାର ଦେଖାଯାଉଛି । ଚେପକରେ ପ୍ରଥମ ଥର ବିଜୟ ପାଇବା ପରେ ହାଇଦ୍ରାବାଦ ପ୍ଳେ ଆଶା ଉଜ୍ଜୀବିତ ହୋଇଥିଲା । ଏହି ମ୍ୟାଚପରେ ହାଇଦ୍ରାବାଦ ପରବର୍ତ୍ତୀ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମେ’ ୨ ତାରିଖରେ ଘରୋଇ ଦଳ ଗୁଜୁରାଟ ଜାଏଣ୍ଟସ ବିପକ୍ଷରେ ଖେଳିବ । ଏହା ଭିତରେ ୬ ଦିନ ସମୟ ମିଳିଥିବାରୁ ମାଳଦ୍ୱିପରେ ଛୁଟି କାଟିବାକୁ ଦଳ ଚିନ୍ତା କରିଥିଲା ।
Comments ସମସ୍ତ ମତାମତ