Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସୁନୀଲ ଗାଭାସ୍କର ବଡ଼ ବୟାନ

    Share on :
    ajab-Image
    Date: Jan 8, 2025    Views: 2545

    ନୂଆଦିଲ୍ଲୀ : ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ନିଜର ବ୍ୟାଟିଂକୁ ନେଇ ସମାଲୋଚିତ ହୋଇଥିଲେ। ଏହାଛଡ଼ା ମଇଦାନରେ ନିଜର ଆକ୍ରାମକ ସ୍ବଭାବ ଏବଂ ବିରୋଧୀ ଟିମ୍‌ର ଦର୍ଶକଙ୍କୁ ଜବାବ ଦେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। କୋହଲି ଅନ୍ତିମ ଟେଷ୍ଟରେ ଦର୍ଶକଙ୍କ ହୁଟିଂର ଜବାବ ଦେବାକୁ ଯାଇ ସ୍ୟାଣ୍ଡପେପର ବିବାଦକୁ ମନେ ପକାଇ ଦେଇଥିଲେ। ସେ ପକେଟକୁ ଖାଲି କରି ସେଥିରେ ସ୍ୟାଣ୍ଡପେପର ନ ଥିବା ଦେଖାଇଥିଲେ। ସେ ଏଭଳି କରିବା ଦ୍ୱାରା ଟିମ୍‌ ଇଣ୍ଡିଆର କ୍ଷତି ହୋଇଥିବା ଗାଭାସ୍କର କହିଛନ୍ତି।

    ଗାଭାସ୍କର ସିଡନୀ ହେରାଲ୍ଡରେ ନିଜର ସ୍ତମ୍ଭରେ ଲେଖିଛନ୍ତି,କୋହଲିଙ୍କୁ ଏହା ଭାବିବା ଉଚିତ ଯେ ସେ ଦର୍ଶକଙ୍କ ସହ ଯାହା କରୁଛନ୍ତି ତାହାଦ୍ୱାରା ପୁରା ଟିମ୍‌ ଉପରେ ଚାପ ସୃଷ୍ଟି ହେଉଛି। ସେ ମଧ୍ୟ ଦର୍ଶକଙ୍କ ଟାର୍ଗେଟକୁ ଆସୁଛନ୍ତି। ଜଣେ ବରିଷ୍ଠ ଖେଳାଳି ଭାବେ ଏଭଳି କରିବା ଠିକ୍‌ ନ ଥିଲା। ସେ କାନ୍ଧ ବାଡେଇ ଯାହା କରିଥିଲେ ତାହା କ୍ରିକେଟ ନ ଥିଲା। ଭାରତୀୟ ଖେଳାଳି ଉକୁସାଇବାର ଜବାବ ଦେଇଥାନ୍ତି ହେଲେ କୋନଷ୍ଟାସ୍‌ ମାମଲାରେ ଏଭଳି କିଛି ନ ଥିଲା। ଖେଳାଳିଙ୍କୁ ପରେ ଜଣାପଡେ ଯେ ଦର୍ଶକଙ୍କୁ ପ୍ରତିକ୍ରିୟା ଦେଲେ କିଛି ଲାଭ ମିଳେନାହିଁ। ସେମାନେ ମ୍ୟାଚ୍‌ରେ କିଛି ଭଲ ସମୟ ବିତାଇବାକୁ ଆସିଥାନ୍ତି। ସେ ବ୍ୟକ୍ତିଗତ କାରଣରୁ ଖେଳାଳିଙ୍କୁ ହୁଟିଂ କରି ନ ଥାନ୍ତି, ସେମାନେ ନିଜର ମନୋରଞ୍ଜନ ପାଇଁ ସେଭଳି କରିଥାନ୍ତି। ଏହା ଉପରେ ପ୍ରତିକ୍ରିୟା ଦେବାରେ କୌଣସି ଲାଭ ମିଳେନାହିଁ, ବରଂ କ୍ଷତି ହୋଇଥାଏ ବୋଲି ଗାଭାସ୍କର କହିଛନ୍ତି।

     

     


     

     

    Maximum 500 characters

    ଖେଳ ଖବର View all

    Find Us on Facebook