ମୁଖ୍ୟ ଖବର
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍ । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କାର ମନିଲଣ୍ଡେରିଂ ମାମଲାରେ ସୋମବାର ଦିଲ୍ଲୀର ରାଉଳ ଏଭିନ୍ୟୁ କୋକ୍ଟରେ ହାଜର ହୋବାର ଥିଲା । ସମନ ସ୍ବତ୍ତେ ଅଭିନେତ୍ରୀ କୋର୍ଟ ପହଞ୍ଚି ନଥିଲେ । ଏହାପରେ ଅଦାଲତ ତାଙ୍କୁ ଭର୍ତ୍ସନା କରିଛନ୍ତି । କହିଛନ୍ତି ନୋରାଙ୍କ ବ୍ୟବହାର ଠିକ୍ ନୁହେଁ । କୋର୍ଟଙ୍କୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ ।
ସୂଚନାଥାଉ କି ମାମଲାରେ ଜଣେ ସାକ୍ଷୀ ଭାବରେ ହାଜର ହୋଇ ନୋରାଙ୍କୁ ବୟାନ ଦେବାର ଥିଲା । କିନ୍ତୁ ସେ ଆସିନଥିଲେ । ଦିଲ୍ଲୀ ପୁଲିସ କୋର୍ଟକୁ ଜଣାଇଛନ୍ତି କି ନୋରାଙ୍କୁ ସମନ ଜାରି ହୋଇଥିଲା । କିନ୍ତୁ ସେ ଅଦଲତରେ ହାଜିର ହେବେ କି ନାହିଁ ତାଙ୍କୁ ଜଣା ନାହିଁ । ସେହିପରି ଅଭିନତ୍ରୀଙ୍କୁ କୋର୍ଟରେ ହାଜର ହେବାରୁ ଆଶ୍ବସ୍ତି ଦେବା ଲାଗି ତାଙ୍କ ଓକିଲ ଆବେଦନ କରିଛନ୍ତି । ଏହାକୁ ନେଇ କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ସତନ୍ତ୍ର ବିଚାରପତି ଗଗନଦୀପ ସିଂହ ନୋରାଙ୍କୁ ନୂଆ ସମଲ ଜାରି କରି ଆସନ୍ତା ୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।କହିଛନ୍ତି, ମାମଲାରେ ସେ ଜଣେ ପ୍ରମୁଖ ସାକ୍ଷୀ । କୋର୍ଟରେ ତାଙ୍କ ଉପସ୍ଥିତି ଅତନ୍ତ୍ୟ ଜରୁରୀ ଥିଲା । ସେ କୋର୍ଟକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ ।
Comments ସମସ୍ତ ମତାମତ