ମୁଖ୍ୟ ଖବର
ଭୁବନେଶ୍ବର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଛି। ପଶ୍ଚିମରୁ ଉତ୍ତର, ଉପକୂଳରୁ ଦକ୍ଷିଣ ଓଡ଼ିଶା ସବୁଠି ତାତି ବଢ଼ୁଛି। ଆକାଶରୁ ସତେଯେମିତି ନିଆଁ ଗଳୁଛି। ପ୍ରଚଣ୍ଡ ରୌଦ୍ରତାପରେ ଲୋକେ ପଦାକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପଶ୍ଚିମରେ ଗ୍ରୀଷ୍ମପ୍ରବାହ ସ୍ଥିତି ଅସମ୍ଭାଳ। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ମାସ ୩ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇପାରେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସ୍କୁଲ ଛୁଟି ପାଇଁ ବିଚାର କରୁଛନ୍ତି। ଚଳିତ ମାସ ୨୭ ତାରିଖ ସୁଦ୍ଧା ସ୍କୁଲ୍ ଛୁଟି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଦିନେ ଦୁଇ ଦିନ ଭିତରେ ଆଗୁଆ ଖରା ଛୁଟି ନିଷ୍ପତ୍ତି ନେଇପାରନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
Comments ସମସ୍ତ ମତାମତ