Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଖରାଦିନିଆ ଫ୍ୟାଶନ୍‌....

    Share on :
    ajab-Image
    Date: Apr 14, 2026    Views: 2281

     ଫ୍ୟାଶନ ସିଜନ୍‌ ଅନୁଯାୟୀ ବଦଳିଥାଏ। ଖରାଦିନକୁ ଲକ୍ଷ୍ୟକରି କ’ଣ ପିନ୍ଧିଲେ ଏହା ଆପଣଙ୍କୁ କମ୍ଫର୍ଟେବଲ୍‌ ଲାଗିବା ସହିତ କିପରି ଷ୍ଟାଇଲିଶ୍‌ ଦେଖାଯିବେ, ଜାଣନ୍ତୁ ଏ ସମ୍ପର୍କରେ…..

    ଧଳା ରଙ୍ଗ ଚୟନ କରନ୍ତୁ ପ୍ରଥମେ : ଖରାଦିନରେ ଓ୍ବାର୍ଡରୋବ୍‌ରେ ନିହାତି ଧଳାରଙ୍ଗର ଆଉଟ୍‌ଫିଟ୍‌ ରଖନ୍ତୁ। ଏହି ଋତୁରେ ଧଳାରଙ୍ଗର ଡ୍ରେସ୍‌ ପିନ୍ଧିବା ତା’ର ଆଉ ଗୋଟେ ମଜା। ଧଳାରଙ୍ଗର ଶର୍ଟ ଡ୍ରେସ୍‌,ମ୍ୟାକ୍ସି ଡ୍ରେସ୍‌, ଅନାରକଲୀ, ଶାଢ଼ି, ଶର୍ଟ,ପେନ୍‌ ସିଲ୍‌ ସ୍କର୍ଟ, ଟ୍ରାଉଜର ଆଦି ଚିନ୍ତା କରିପାରନ୍ତି।

    ପ୍ରିଣ୍ଟ୍‌ର ରଖନ୍ତୁ ବହୁ ଧ୍ୟାନ : ଖରାଦିନରେ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଚାହିଦା ବେଶି ରହିଛି। କିନ୍ତୁ ଖରାଦିନରେ ଲାଇଟ୍‌ କଲର ଫ୍ଲୋରାଲ ଡ୍ରେସ୍‌ ଏହା ଆପଣଙ୍କୁ କୁଲ୍‌ ଲୁକ୍‌ ଦେଇଥାଏ। ଫ୍ଲୋରାଲ ଲୁକ୍‌ ବ୍ୟତୀତ ଚେକ୍ସ,ଷ୍ଟ୍ରାଇପ୍ସ,ଜ୍ୟୋମେଟ୍ରିକ୍‌ ପ୍ରିଣ୍ଟ୍‌କୁ ଆପଣାଇପାରିବେ।

    କମ୍ଫଟେବୁଲ ଡ୍ରେସ୍‌ : ଖରାଦିନରେ ଝାଳ ବହୁତ ବାହାରିଥାଏ। ଏଥିପାଇଁ ଟାଇଟ୍‌ ଫିଟିଂ ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ଏହି ସିଜନ୍‌ରେ ଯେତେ ଆରାମଦାୟକ ଡ୍ରେସ୍‌ ପିନ୍ଧିବେ ତାହା ଆପଣଙ୍କୁ ଭଲ ଲାଗିବ। ଶର୍ଟ ଡ୍ରେସ୍‌,କର୍ଟନ ଟି ଶର୍ଟ,ପ୍ଲାଜୋ,ଲଙ୍ଗ୍‌ କୁର୍ତ୍ତି, ପ୍ରିଣ୍ଟେଡ୍‌ ସ୍କର୍ଟ, ହ୍ବାଇଟ୍‌ ଶର୍ଟ,ଲିନେନ୍‌ ଜ୍ୟାକେଟ୍‌,ଏସିମେଟ୍ରିକଲ୍‌ ଟପ୍‌, କର୍ଟନ ଶାଢ଼ି ଆଦି ଖରାଦିନରେ ପିନ୍ଧିବା ଭଲ ଅପ୍‌ସନ।

    ଇଭ୍‌ନିଂ ପାର୍ଟି ପାଇଁ ଚୟନ କରନ୍ତୁ ଡ୍ରେସ୍‌ : ପାର୍ଟିରେ ସବୁବେଳେ ସମସ୍ତେ ବ୍ଲାକ୍‌ ରଙ୍ଗର ଡ୍ରେସ୍‌ ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ଦିନରେ କିଛି ଅଲଗା ପିନ୍ଧିପାରିବେ। ଆପଣ ବ୍ଲାକ୍‌ କଲର ସହିତ ଗୋଲ୍‌ଡେନ୍‌ କିମ୍ବା ସିଲ୍‌ଭର କଲରକୁ ମିକ୍ସ ଅପ୍‌ କରି ପିନ୍ଧିପାରିବେ। ଇଭ୍‌ନିଂ ପାର୍ଟି ପାଇଁ ଶିଫନ୍‌,ଜର୍ଜେଟ କିମ୍ବା ସିଲ୍‌କ ଓ୍ବାନ୍‌ ଶୋଲ୍‌ଡର କିମ୍ବା ଅଫ୍‌ ଶୋଲ୍‌ଡର ଥିବା ଶର୍ଟ ଡ୍ରେସ୍‌ କିମ୍ବା ମ୍ୟାକ୍ସି ଡ୍ରେସ୍‌ ବି ପିନ୍ଧିପାରିବେ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook