Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଖରାଦିନରେ କ’ଣ ଖାଇବେ କ’ଣ ନାହିଁ, ଜାଣନ୍ତୁ

    Share on :
    ajab-Image
    Date: Apr 14, 2026    Views: 2429

    ଖରା ଦିନରେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଇଥାଏ । ହାତ, ପାଦ, ଚର୍ମ ଏବଂ ଓଠ ଆଦି ପାଣି କମ ପିଇଲେ ଶୁଖିଯାଏ। ପ୍ରଖର ସୁର୍ଯ୍ୟ କିରଣ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯେଉଁ କାରଣରୁ କେଶ ଶୁଖିଲା ହୋଇ ନଷ୍ଟ ହୋଇଯାଏ। ଏହି ଦିନରେ ଆପଣ ନିଜ ଖାଦ୍ୟପେୟ ପ୍ରତି ବହୁତ ଧ୍ୟାନ ଦେବା ଉଚିତ୍। ଚର୍ମ ଏବଂ କେଶ ସମସ୍ୟାକୁ ଏଡାଇବା ପାଇଁ, ଆପଣ ଖାଦ୍ୟରେ ଭିଟାମିନ୍-ଇର ଭରପୂର ଖାଦ୍ୟ ସବୁ ସାମିଲ୍‌ କରିବା ଉଚିତ୍। ଭିଟାମିନ୍‌-ଇ ଭରପୂର ମାତ୍ରାରେ ଖାଇବା ଦ୍ବାରା ଶରୀର ଏବଂ କେଶର ଶୁଷ୍କତାର ସମସ୍ୟାକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରେ। ତେବେ ଚାଲନ୍ତୁ ଜାଣିବା କି ଭିଟାମିନ୍‌-ଇର ଅଭାବକୁ ପୂରଣ କରିବା ପାଇଁ ଏହି ଜିନିଷ ଗୁଡ଼ିକୁ ଖାଦ୍ୟର ସାମିଲ୍‌ କରିବା ଉଚିତ୍‌।

    ଚିନା ବାଦାମ- ଆମ ଦେଶୀ ଫଳ ବାଦାମରେ ଭିଟାମିନ୍ ଇ ମାତ୍ରା ପ୍ରଚୁର ପରିମାଣରେ ଥାଏ । ଗ୍ରୀଷ୍ମ ଋତୁରେ ଯଦି ଅଳ୍ପ ପରିମାଣର ବାଦାମ ଖାଇବା ଉଚିତ । ଯାହା ଫଳରେ ଶରୀରରେ ପ୍ରଚୁର ପରିମାଣର ଭିଟାମିନ୍- ଇ ମିଳିପାରିବ । ବାଦାମ ଖାଇବା ଦ୍ୱାରା ଚର୍ମ ଏବଂ କେଶ ମଧ୍ୟ ନରମ ହୋଇଯାଏ।

    ସୂର୍ଯ୍ୟମୁଖୀ ମଞ୍ଜି– ଶରୀରରେ ଭିଟାମିନ୍-ଇ ର ଅଭାବକୁ ପୂରଣ କରିବା ପାଇଁ ଖାଦ୍ୟରେ ସୂର୍ଯ୍ୟମୁଖୀ ମଞ୍ଜିକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ମଞ୍ଜି ଖାଇବା ଦ୍ୱାରା କେଶ ଝଡିବା, ଧଳା ହେବା ଏବଂ ଶୁଖିକି ନଷ୍ଟ ହେବା ଭଳି ଅନେକ ସମସ୍ୟା କମିଯାଏ। ଚାହିଁଲେ ସୂର୍ଯ୍ୟମୁଖୀ ତେଲ ମଧ୍ୟ ବ୍ୟବହାର କରିପାରିବେ।

    ପେସ୍ତା ବାଦାମ- ବାଦାମରେ ମଧ୍ୟ ଭିଟାମିନ୍-ଇର ଅଂଶ ରହିଥାଏ। ଯାହା ଫଳରେ ଏହାକୁ ଖାଇବା ଦ୍ବାରା ଶରୀରକୁ ବହୁତ ଲାଭ ମିଳେ। ବାଦାମକୁ ନିୟମିତ ଭାବରେ ଯେତେବେଳେ ଚାହିଁବେ ଖାଇପାରିବେ। ବାଦାମକୁ ଭିଜାଇ ଖାଇପାରିବେ।

    ସବୁଜ ପନିପରିବା- କହିବାକୁ ଗଲେ ସବୁଜ ପନିପରିବାର କୌଣସି ବିକଳ୍ପ ନାହିଁ | ସବୁଜ ପନିପରିବାରେ ଭିଟାମିନ୍-ଇ ମାତ୍ରା ଭରପୁର ରହିଥାଏ। ସବୁଜ ପତ୍ରଯୁକ୍ତ ପନିପରିବାରେ ଅଧିକ ମାତ୍ରାରେ ଥାଏ। ଏଥିପାଇଁ ଖାଦ୍ୟରେ ପାଳଙ୍ଗ ଶାଗ କିମ୍ବା ଶାଗ ଜାତୀୟ ପରିବା ସାମିଲ୍‌ କରିବା ଉଚିତ୍‌।

    Maximum 500 characters

    ବିଶେଷ View all

    Find Us on Facebook