Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସମ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର : ରୋଗୀଙ୍କ ପେଟରୁ ବାହାରିଲା ୭ କେଜିର ଟୁ୍ୟମର

    Share on :
    ajab-Image
    Date: Feb 14, 2020    Views: 3787

    ଭୁବନେଶ୍ୱର, ୧୪/୨ : ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ପେଟରେ ବଢ଼ିଥିବା ବୃହତକାୟ ଟୁ୍ୟମରର ସଫଳ ଅସ୍ତ୍ରୋପଚାର ହୋଇଯାଇଛି । ବ୍ର୍ରହ୍ମଗିରି ଅଂଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ପେଟରେ ବଢ଼ିଥିବା ୭ କେଜି ଓଜନର ଟୁ୍ୟମରକୁ ଅସ୍ତ୍ରୋପଚାର ଜରିଆରେ କାଢ଼ି ବାହାର କରିଛନ୍ତି ସମ୍ ହସ୍ପିଟାଲର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ । 

    ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଏହି ହସ୍ପିଟାଲ୍ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗରେ ଫେବୃଆରୀ ୪ ତାରିଖ ଦିନ ଚିକିତ୍ସା ପାଇଁ ଏହି ବ୍ୟକ୍ତି ଭର୍ତି ହୋଇଥିଲେ । ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ପେଟରେ ଟୁ୍ୟମର ଥିବାର ଜଣାପଡ଼ିଥିଲା । 
    ଅପରେସନ୍ ସମୟରେ ଟୁ୍ୟମରଟି ଅନ୍ତନଳୀରୁ ମୁତ୍ରାଶୟ ପର୍ଯ୍ୟନ୍ତ ଲମ୍ବି ଥିବା ଜଣାପଡ଼ିଥିଲା । ଦୀର୍ଘ ୪ ଘଂଟାର ଅପରେସନ୍ ପରେ ୭ କେଜି ଓଜନର ଟୁ୍ୟମରଟି ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରୁ ବାହାର କରାଯାଇଥିଲା । 

    ଡାକ୍ତର ପଟ୍ଟନାୟକଙ୍କ ସମେତ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ଡାକ୍ତର ପରୱେଜ ଆଲମ୍ ଖାନ୍ ଏବଂ ନିଶ୍ଚେତକ ବିଭାଗର ଡାକ୍ତର ଡେଜି କରନ୍ ଏବଂ ଡାକ୍ତର ଶାଶ୍ୱତ ପଟ୍ଟନାୟକ ଏହି ଅସ୍ତ୍ରୋପଚାରରେ ସାମିଲ ଥିଲେ । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook