Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରକ୍ତରେ ଲାଲ୍‌ ହେଲା ଶୁଲିଆ ପୀଠ

    Share on :
    ajab-Image
    Date: Dec 24, 2025    Views: 2908

    ବଲାଙ୍ଗୀର/ଦେଓଗାଁ: ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ବିଜ୍ଞାନ। ଶୁଲିଆ ଦେବତାଙ୍କ ପାଖରେ ପଡ଼ିଛି ହଜାର ହଜାର ବଳି। ପୋଢ଼, ବୋଦା, କୁକୁଡ଼ା ବଳି ରକ୍ତରେ ଭିଜିଛି ଶୁଲିଆ ମାଟି। ବଲାଙ୍ଗୀରଜିଲ୍ଲା ଦେଓଗାଁ ବ୍ଲକ୍‌ରେ ମଙ୍ଗଳବାର ଶୁଲିଆ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଶୁଲିଆ ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶୁଲିଆ ଠାକୁରଙ୍କୁ କିଏ ନଡ଼ିଆ ଅର୍ପଣ କରିଥିଲା ତ କିଏ ବୋଦା ଆଣି ଭେଟି ଦେଇଥିଲା। ଖଇରଗୁରା ଓ କୁମୁରିଆ ଖଳାରେ ପଶୁ ରକ୍ତରେ ଲାଲ୍‌ ହୋଇଥିଲା ଶୁଲିଆ ପୀଠ।

    ଭୋର୍‌ରେ ଆଦିବାସୀମାନେ ପାରମ୍ପରିକ ବେଶରେ ସୁସଜ୍ଜିତ ହୋଇ ଆସିବା ପରେ ଯାତ୍ରା ଆରମ୍ଭ ହୋଇଥିଲା। ଖଇରଗୁରା ଶୁଲିଆ ମନ୍ଦିର ଓ କୁମୁରିଆ ଦେହେରୀ ଘରୁ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ କନ୍ଧମାନେ ଶୋଭାଯାତ୍ରାରେ ଆସିଥିଲେ। ପ୍ରଥମେ ଦେହେରୀ ପୂଜାର୍ଚ୍ଚନା କରି ସମର୍ପଣ କଲା ପରେ ପାଟବୋଦା, ଧଳା କୁକୁଡ଼ା ଓ ପାରାକୁ ବଳି ଦିଆଯାଇଥିଲା। ପରେ ମାନସିକଧାରୀ ଆଣିଥିବା ପୋଢ଼, କୁକୁଡ଼ା, ବୋଦାଗୁଡ଼ିକୁ ବଳି ଦିଆଯାଇଥିଲା। ଚଳିତ ବର୍ଷ ତିନି ଦିନ ମହୋତ୍ସବ ଏବଂ ଗୋଟିଏ ଦିନ ଯାତ୍ରା ଅନୁଷ୍ଠିତ ହେଉଛି। ୩ ଜଣ ମାଜିଷ୍ଟ୍ରେଟ୍‌ ଯାତ୍ରା ଦାୟିତ୍ୱରେ ରହିଥିବା ବେଳେ ଉପଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକାରୀ, ସଦର ଏସ୍‌ଡିପିଓଙ୍କ ସହ ୨୫ ଜଣ ଅଫିସର୍‌, ୩ ପ୍ଲାଟୁନ୍‌ ଫୋର୍ସ, ୪୫ ହୋମଗାର୍ଡ ଏବଂ ଗୋଟିଏ ଓଡ୍ରାଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook